ଲୋମଟାଙ୍କୁରି ଦେଲା ବିକି କୌଶଲଙ୍କ ମହାବତାରରେ ଥିବା ପର୍ଶୁରାମଙ୍କ ଲୁକ୍

ଫିଲ୍ମ ଛାବା ପରେ ମହାବତାରରେ ନଜର ଆସିବେ ବଲିଉଡ ଅଭିନେତା ବିକି କୌଶଲ। ଏହାର ମୋସନ ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ବିକିଙ୍କ ଲୁକ୍ ସମସ୍ତଙ୍କ ମନ କିଣିଛି। ଫିଲ୍ମରେ ସେ ସେ ଚିରଞ୍ଜୀବୀ ପର୍ଶୁରାମଙ୍କ ଭୂମିକାରେ ନଜର ଆସିବେ।

w1

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ ଅଭିନେତା ବିକି କୌଶଲ। ପିରିୟଡ ଡ୍ରାମା ଚଳଚ୍ଚିତ୍ର 'ଛାବା' ପାଇଁ କିଛି ଦିନ ହେବ ଲାଇମଲାଇଟରେ ଅଛନ୍ତି ବିକି। ଫିଲ୍ମର ଟିଜର ରିଲିଜ ହୋଇଛି ଯେଉଁଥିରେ ସେ ଜବରଦସ୍ତ ଆକ୍ସନ୍ କରୁଥିବା ଦେଖିବାକୁ ମିଳିଛି | ଏହି ଚଳଚ୍ଚିତ୍ରରେ ବିକିଙ୍କ ସହ ମୁଖ୍ୟ ଭୂମିକାରେ ରଶ୍ମିକା ମନ୍ଦନା ନଜର ଆସିବେ। ଏହି ଫିଲ୍ମର ଟିଜର ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଏବେ ବିକିଙ୍କ ଆଉ ଏକ ଫିଲ୍ମର ନାମ ଘୋଷଣା କରାଯାଇଛି। ନାମ ସହ ଫିଲ୍ମରେ ଥିବା ବିକିଙ୍କ ଲୁକ୍ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପ‌ରେ ଲୋମଟାଙ୍କୁରି ହୋଇଯାଇଥିବା ଦାବି କରିଛନ୍ତି ଲୋକେ।

ଫିଲ୍ମର ନାମ 'ମହାବତାର' ଥିବା ବେ‌ଳେ ଏଥିରେ ସେ ଚିରଞ୍ଜୀବୀ ପର୍ଶୁରାମଙ୍କ ଭୂମିକାରେ ନଜର ଆସିବେ। ପର୍ଶୁରାମଙ୍କ ଚରିତ୍ର ପାଇଁ ସେ ଯେଉଁଭଳି ଭାବେ ନିଜର ଲୁକ୍ ବଦଳାଇଛନ୍ତି ତାହା ଦର୍ଶକଙ୍କୁ ପସନ୍ଦ ଆସୁଛି। ଇନଷ୍ଟାଗ୍ରାମରେ ମୋସନ ପୋଷ୍ଟର ସେୟାର କରି ମ୍ୟାଡଡକ୍ ଫିଲ୍ମସ ଲେଖିଛି ଯେ, “ଦୀନେଶ ବିଜନ ଧର୍ମର ଅନନ୍ତ ଯୋଦ୍ଧାଙ୍କ କାହାଣୀକୁ ଜୀବନ୍ତ କରିଛନ୍ତି। ଅମର କୌଶିକଙ୍କ ନିର୍ଦ୍ଦେଶିତ ମହାବତାରରେ ଚିରଞ୍ଜୀବୀ ପର୍ଶୁରାମ ଭାବରେ ବିକି କୌଶଲ ଅଭିନୟ କରିଛନ୍ତି। ଖ୍ରୀଷ୍ଟମାସ ୨୦୨୬ରେ ଏହି ଫିଲ୍ମ ରିଲିଜ୍ ହେବ। " 

ଫିଲ୍ମର ମୋସନ ପୋଷ୍ଟର ଦେଖିବା ପରେ ଏବେ ଦର୍ଶକ ରିଲିଜ୍ ପାଇଁ ଦିନ ଗଣିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe