କଟ୍ରିନାଙ୍କ ଏହି ଗୁଣ ପାଇଁ ପ୍ରାୟତଃ ମୁଁ ଲୁଚି ଥାଏ: ଭିକି

Advertisment
କଟ୍ରିନାଙ୍କ ଏହି ଗୁଣ ପାଇଁ ପ୍ରାୟତଃ ମୁଁ ଲୁଚି ଥାଏ: ଭିକି

ମୁମ୍ବାଇ: ଜୁନ ୨ ତାରିଖରେ ସାରା ଅଲ୍ଲି ଖାନ ଓ ଭିକି କୌଶଲଙ୍କ ଅଭିନୀତ ସିନେମା ‘ଜରା ହଟକେ ଜରା ବଚକେ’ ରିଲିଜ ହୋଇସାରିଛି। ଏହି ସିନେମାରେ ଭିକି ‘କପିଲ’ ଭୂମିକାରେ ନଜର ଆସୁଥିବା ବେଳେ ସାରା ‘ସୌମ୍ୟା’ ଭୂମିକାରେ ନଜର ଆସୁଛନ୍ତି।

‘ଜରା ହଟକେ ଜରା ବଚକେ’ ସିନେମା ଏକ ମଧ୍ୟବିତ୍ତ ପରିବାରର କାହାଣୀକୁ ନେଇ ନିର୍ମିତ ହୋଇଥିବା କମେଡି ଡ୍ରାମା ସିନେମା। ଏହି ସିନେମା ଜରିଆରେ ଭିକି ଓ ସାରା ପ୍ରଥମ ଥର ସ୍କ୍ରିନ ସେୟାର କରିଛନ୍ତି। ଦୁହିଁଙ୍କ ଯୋଡ଼ିକୁ ପରଦାରେ ଦର୍ଶକ ବେଶ ପସନ୍ଦ ବି କରୁଛନ୍ତି।

ଏହି କ୍ରମରେ ଭିକିଙ୍କୁ ନେଇ ଏକ ସାକ୍ଷାତକାର କରାଯାଇଥିଲା। ଯେଉଁଥିରେ ଭିକି ଧର୍ମପତ୍ନୀ କଟ୍ରିନାଙ୍କ କେଉଁ ସ୍ବଭାବକୁ ପସନ୍ଦ କରନ୍ତି ନାହିଁ ତାହାକୁ ସମସ୍ତଙ୍କ ସହିତ ସେୟାର କରିଥିଲେ।

ଭିକି କହିଛନ୍ତି, ‘କଟ୍ରିନା ବହୁତ ସାଧାରଣ ମଣିଷ। ସେ ସାଧା୍ରଣ ଜୀବନ ଯାପନ କରିବାକୁ ବହୁତ ଭଲ ପାଆନ୍ତି। ଆଉ ଚଞ୍ଚଳି ମଣିଷଟିଏ। କିନ୍ତୁ ମୁଁ ପୂରା ଓଲଟା। ମୋତେ ଉଠିବାକୁ ୨ଘଣ୍ଟାର ସମୟ ଲାଗେ। କିନ୍ତୁ କଟ୍ରିନାଙ୍କ ନିଦ ଭାଙ୍ଗିବା କ୍ଷଣି ସେ ଖୁବ ସକ୍ରିୟ ଥାଆନ୍ତି।

ଆଉ ମୋତେ ଉଠାଇ ବିଭିନ୍ନ ବିଷୟରେ ଆଲୋଚନା କରନ୍ତି। କ’ଣ କରିବାର ଅଛି। ଯାହା ହୋଇଯାଇଛି, ସେଥିରେ ଆଉ କ’ଣ ଭଲ ହୋଇ ପାରି ଥାଆନ୍ତା ଇତ୍ୟାଦି ଇତ୍ୟାଦି।

ଯାହାକି ମୋତେ ପସନ୍ଦ ନଥାଏ। କଟ୍ରିନାଙ୍କ ଏହି ସ୍ବଭାବ ପାଇଁ ମୁଁ ଲୁଚିଥାଏ। କି ସେ ମୋତେ କେମିତି ନ ଉଠାଇବେ। ନଚେତ ତାଙ୍କ ପ୍ରତ୍ୟେକ ଗୁଣ ଖୁବ ଭଲ। ସେ ସବୁକିଛି ବୁଝି ବିଚାରି ନିଷ୍ପତ୍ତି ନିଅନ୍ତି। ଯାହାକି ମୁଁ ତାଙ୍କ ଠାରୁ ଶିଖିଛି ଆଉ କାମରେ ବି ଲଗାଉଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe