ଭିକି କୌଶଲ ହେବେ ଉଦ୍ଧାମ ସିଂହ

Advertisment
ଭିକି କୌଶଲ ହେବେ ଉଦ୍ଧାମ ସିଂହ

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତା ଭିକି କୌଶଲ ପ୍ରଥମ ଥର ପାଇଁ ଦକ୍ଷ ନିର୍ଦ୍ଦେଶକ ସୁଜିତ ସରକାରଙ୍କ ସହ କାମ କରିବାକୁ ଯାଉଛନ୍ତି। ହଁ, ସୁଜିତଙ୍କ ନିର୍ଦ୍ଦେଶିତ ‘ଉଦ୍ଧାମ ସିଂହ’ରେ ଟାଇଟଲ ରୋଲ୍‌ କରିବେ ଭିକି କୌଶଲ୍‌। ଏଠାରେ ସୂଚନାଯୋଗ୍ୟ ଏହି ସିନେମାର କଥାବସ୍ତୁ କ୍ରାନ୍ତିକାରୀ ଉଦ୍ଧାମ ସିଂଙ୍କ ଜୀବନୀ ଉପରେ ଆଧାରିତ। କ୍ରାନ୍ତିକାରୀ ଉଦ୍ଧାମ ସିଂହ ବ୍ରିଟିଶ ସରକାରଙ୍କର ବରିଷ୍ଠ ଅଧିକାରୀ ଜେନେରାଲ୍‌ ଡାୟାରଙ୍କୁ ହତ୍ୟା କରିଥିଲେ। ଲୋମହର୍ଷଣକାରୀ ଜାଲିଆନାଓ୍ଵାଲାବାଗ୍‌ ଗୁଳିକାଣ୍ଡ ପାଇଁ ଦାୟୀଦାର୍‌ ଥିଲେ ଜେନେରାଲ ଡାୟର। ଏହି ଘଟଣାର ପ୍ରତିଶୋଧ ନେବା ଲାଗି ଉଦ୍ଧାମ ସିଂହ ଏହା କରି ଅମର ହୋଇ ରହିଛନ୍ତି।

ନିର୍ଦ୍ଦେଶକ ସୁଜିତ ସରକାର ‘ଉଦ୍ଧାମ ସିଂହ’ ଫିଲ୍ମ ପାଇଁ ପ୍ରଥମେ ଇରଫାନ୍‌ ଖାନ୍‌ଙ୍କୁ ଚୁକ୍ତିବଦ୍ଧ କରିଥିଲେ। ମାତ୍ର ସେ ଅସୁସ୍ଥ ଥିବା ହେତୁ ଏଥିରେ କାମ କରିପାରିବେ ନାହିଁ କହିଥିଲେ। ତା’ପରେ ସୁଜିତ ଭିକି କୌଶଲଙ୍କୁ ନେଇଛନ୍ତି। ସୁଜିତ କହିଛନ୍ତି ଯେ ‘ଉରି-ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ରେ ଭିକିଙ୍କ ଅଭିନୟ ଦେଖିବା ପରେ ଏହି ଫିଲ୍ମ ପାଇଁ ଅଫର୍‌ ଦେଇଥିଲେ। ଭିକି କହିଛନ୍ତି ଯେ ଏହା ତାଙ୍କର ସୌଭାଗ୍ୟ ସୁଜିତ ତାଙ୍କୁ ‘ଉଦ୍ଧାମ ସିଂହ’ ଫିଲ୍ମରେ ସୁଯୋଗ ଦେଇଛନ୍ତି। ‘ଉଦ୍ଧାମ ସିଂହ’ର ସୁଟିଂ ଆଗାମୀ ମାସରେ ଆରମ୍ଭ ହେବ ଏବଂ ଏହା ୨୦୨୦ରେ ରିଲିଜ୍‌ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe