୩୦୦ କୋଟି ପାର୍ କଲା ଭିକି କୌଶଲଙ୍କ ଅଭିନୀତ ଫିଲ୍ମ 'ଛାବା'

ଫିଲ୍ମ 'ଛାବା'କୁ ନେଇ ଚାରିଆଡ଼େ ଚର୍ଚ୍ଚା। ୧୦ମ ଦିନରେ 'ପୁଷ୍ପା-୨'କୁ ପଛରେ ପକାଇ ୩୦୦ କୋଟି ପାର୍ କଲା ଫିଲ୍ମ 'ଛାବା'। ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ 'ଛାବା' ବକ୍ସ ଅଫିସ୍ କଲେକ୍ସନରେ ରେକର୍ଡ କରିଛି।

tchhanavbabb

Chhaava Box Office Collection Photograph: (sambad.in)

ମୁମ୍ବାଇ: ଫିଲ୍ମ 'ଛାବା'କୁ ନେଇ ଚାରିଆଡ଼େ ଚର୍ଚ୍ଚା। ୧୦ମ ଦିନରେ 'ପୁଷ୍ପା-୨'କୁ ପଛରେ ପକାଇ ୩୦୦ କୋଟି ପାର୍ କଲା ଫିଲ୍ମ 'ଛାବା'। ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ 'ଛାବା' ବକ୍ସ ଅଫିସ୍ କଲେକ୍ସନରେ ରେକର୍ଡ କରିଛି। 

ଅଭିନେତା ଭିକି କୌଶଲ, ଅକ୍ଷୟ ଖନ୍ନା ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଏହି ଫିଲ୍ମ ମାତ୍ର ୧୦ ଦିନରେ ୩୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି। କିନ୍ତୁ, ୧୧ ଦିନରେ ଫିଲ୍ମର କଲେକ୍ସନ୍ ଭଲ ହୋଇନଥିବାରୁ ୩୫୦ କୋଟି ଟଙ୍କା ଆୟ କରିବାରୁ ବଞ୍ଚିତ ହୋଇଛି। ତଥାପି, ମହାଶିବରାତ୍ରି ଥିବାରୁ ଛୁଟି ଦିନରେ ଏହି ଫିଲ୍ମଟି ଭଲ ରୋଜଗାର କରିବ ବୋଲି ଆଶା କରାଯାଉଛି। 

ସୂଚନାନୁସାରେ, 'ଛାବା' ପ୍ରଥମ ଦିନରେ ୩୧ କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ଦିନରେ ୩୭କୋଟି ଏବଂ ୪୮.୫ କୋଟି ରୋଜଗାର କରିଥିଲା। ଫିଲ୍ମଟି ଚତୁର୍ଥ ଦିନରେ ୨୪ କୋଟି, ପଞ୍ଚମ ଦିନରେ ୨୫.୨୫ କୋଟି, ଷଷ୍ଠ ଦିନରେ ୩୨ କୋଟି ଏବଂ ସପ୍ତମ ଦିନରେ ୨୧.୫ କୋଟି ଟଙ୍କା ରୋଜଗାର କରିଥିଲା। ପ୍ରଥମ ସପ୍ତାହରେ ଫିଲ୍ମର ମୋଟ କଲେକ୍ସନ୍ ୨୧୯.୨୫ କୋଟି ଟଙ୍କା ହୋଇଥିଲା। 

ଅଧିକ ପଢ଼ନ୍ତୁ:ମହାଶିବରାତ୍ରୀ ପାଇଁ ମହାକୁମ୍ଭରେ ସ୍ବତନ୍ତ୍ର ବ୍ୟବସ୍ଥା

ଆପଣଙ୍କୁ କହି ରଖୁଛୁ ଯେ, 'ଛାବା' ହେଉଛି ଛତ୍ରପତି ଶିବାଜୀ ମହାରାଜଙ୍କ ପୁଅ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନ ଉପରେ ଆଧାରିତ ଫିଲ୍ମ। ଏହି ଫିଲ୍ମରେ ଭିକି କୌଶଲ ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଯେତେବେଳେ ରଶ୍ମିକା ମନ୍ଦାନା ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରିଛନ୍ତି। ଏଥିସହ ଅକ୍ଷୟ ଖନ୍ନା, ଆଶୁତୋଷ ରାଣା ଏବଂ ବିନୀତ କୁମାର ସିଂହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। 

ଅଧିକ ପଢ଼ନ୍ତୁ: ଆହୁରି ୨୪ବର୍ଷ ବଞ୍ଚିବାକୁ ଚାହେଁ: ମହାକୁମ୍ଭକୁ ଯାଇ ସ୍ନାନ କରିବା ପରେ କାହିଁକି ଏଭଳି କହିଲେ ବୋନି କପୁର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe