ନୂଆଦିଲ୍ଳୀ: ଭାରତୀୟ ଚଳଚ୍ଚିତ୍ର ‘ଆର୍ଆର୍ଆର୍’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଓସ୍କାର ଆୱାର୍ଡସ୍’ରେ ‘ବେଷ୍ଟ୍ ଅରିଜିନାଲ୍ ସଙ୍ଗ୍’ ବର୍ଗରେ ‘ଓସ୍କାର୍’ ବିଜୟୀ ହୋଇଛି। ଏହି ଗୀତର ଲୋକପ୍ରିୟତା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଭାରତରେ ଜର୍ମାନର ରାଷ୍ଟ୍ରଦୂତ ଡାକ୍ତର ଫିଲିପ୍ ଏକ୍ରମେନ୍ ବି ଏହି ଗୀତରେ ଜବରଦସ୍ତ ନାଚିଛନ୍ତି।
ସେ ଏହି ଗୀତରେ ନାଚିକି ଟ୍ବିଟର୍ରେ ସେହି ନାଚର ଭିଡିଓ ସେୟାର୍ କରିଛନ୍ତି। ତାଙ୍କର ସେ ନାଚ ଭିଡିଓକୁ ସେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ୍ ପ୍ରଶଂସା କରିଛନ୍ତି।
ମୋଦୀ ଟ୍ବିଟର୍ରେ ଲେଖିଛନ୍ତି, ‘ଭାରତର ରଂଗ ଓ ସ୍ବାଦ। ଜର୍ମାନମାନେ ନିଶ୍ଚିତ ଭାବେ ଏହି ଗୀତରେ ନୃତ୍ୟ କରିପାରିବେ।’
ଜର୍ମାନର ରାଷ୍ଟ୍ରଦୂତ ଡାକ୍ତର ଫିଲିପ୍ ଏକ୍ରମେନ୍ ଭିଡିଓଟିକୁ ସେୟାର୍ କରି ଲେଖିଛନ୍ତି, ‘ଜର୍ମାନର ଲୋକେ ନାଚି ପାରିବେନି? ମୁଁ ଏବଂ ମୋର ଇଣ୍ଡୋ-ଜର୍ମାନ ଟିମ୍ ୯୫ତମ ‘ଓସ୍କାର ଆୱାର୍ଡସ୍’ ‘ନାଟୁ ନାଟୁ’ର ବିଜୟ ଉତ୍ସବ ମନାଇଲୁ। ଫର୍ଫେକ୍ଟରୁ ଦୂରରେ ଅଛୁ, ହେଲେ ମଜା ନେଲୁ। ଆମକୁ ଉତ୍ସାହିତ କରିଥିବାରୁ ରକ୍ଇଣ୍ଡିଆକୁ ଧନ୍ୟବାଦ। ଅଭିନନ୍ଦନ ଏବଂ ରାମ୍ଚରଣ ଓ ‘ଆର୍ଆର୍ଆର୍’ ଟିମ୍କୁ ସବୁବେଳେ ସ୍ବାଗତ। ଦୂତବାସ ଚ୍ୟାଲେଞ୍ଜ୍ ଖୋଲା ଅଛି। ଏହା ପରେ କିଏ?’
ସେ ତାଙ୍କ ସହ ଅନ୍ୟ ରାଷ୍ଟ୍ରକୁ ପ୍ରତିଯୋଗିତା କରିବାକୁ ଖୋଲା ଖୋଲି ଭାବେ ଆହ୍ବାନ କରିଥିବା ଟ୍ବିଟ୍ରୁ ଦେଖିବାକୁ ମିଳିଛି।
Follow Us