ବଳିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ଗର୍ଭବତୀ ଥିବା ନେଇ ଚର୍ଚ୍ଚା, ଏହି ଭିଡ଼ିଓ ଭାଇରାଲ ହେବା ପରେ ପ୍ରସାର ହେଲା ଖବର

Advertisment
ବଳିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ଗର୍ଭବତୀ ଥିବା ନେଇ ଚର୍ଚ୍ଚା, ଏହି ଭିଡ଼ିଓ ଭାଇରାଲ ହେବା ପରେ ପ୍ରସାର ହେଲା ଖବର

bollywoodbubble.com

ମୁମ୍ବାଇ: ଅନ୍ୟ ଅଭିନେତ୍ରୀମାନଙ୍କ ଭଳି ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ୍‌ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କେବେ ଚର୍ଚ୍ଚା ହୋଇ ନଥାଏ । ତେବେ, ନିଜର ଅଭିନୟ ଏବଂ ଫିଲ୍ମକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରହୁଥିବା ବିଦ୍ୟା ପ୍ରଥମ ଥର ପାଇଁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଭାଇରାଲ ହେଉଥିବା ଏକ ଭିଡ଼ିଓରୁ ବିଦ୍ୟା ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଭିଡ଼ିଓରେ ବିଦ୍ୟାଙ୍କୁ ଦେଖିବା ପରେ ତାଙ୍କର ପ୍ରଶଂସକମାନେ ଏହି ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି ।

 AceBollywood

ସୂଚନା ମୁତାବକ, ଜଣାଶୁଣା ପ୍ରଯୋଜକ ରନି ସ୍କ୍ରୁଓ୍ଵାଲାଙ୍କ ପାର୍ଟିରୁ ଫେରୁଥିବା ସମୟର ଏହି ଭିଡ଼ିଓଟି ଉତ୍ତୋଳନ କରାଯାଇଥିଲା ବୋଲି ଜଣା ପଡ଼ିଛି । ଏହି ଭିଡ଼ିଓରେ ଭୂମି ପେଡ଼୍‍ନେକର ମଧ୍ୟ ନଜର ଆସୁଥିବା ଦେଖା ଯାଇଛି । ଏହି ଭିଡ଼ିଓରେ ବିଦ୍ୟା ଏବଂ ତାଙ୍କ ସ୍ୱାମୀ ଭୂମିଙ୍କୁ ଆଲିଙ୍ଗନ କରିବା ପରେ ନିଜ ଗାଡ଼ି ଆଡ଼କୁ ବଢ଼ୁଛନ୍ତି । ଏହି ସମୟରେ ସେ ନିଜ ଓଢ଼ଣି ସାହାଯ୍ୟରେ ନିଜ ପେଟକୁ ଲୁଚାଇବାକୁ ବାରମ୍ବାର ଚେଷ୍ଟା କରୁଥିବାର ଦେଖିବାକୁ ମିଳିଛି । ବିଦ୍ୟାଙ୍କ ଏଭଳି କାମ ଦେଖିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ବିଦ୍ୟା ଗର୍ଭବତୀ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଏ ନେଇ ବିଦ୍ୟା କିଛି କହି ନଥିବା ବେଳେ ପ୍ରକୃତ କଥା କ’ଣ ତାହା ଭବିଷ୍ୟତ ହିଁ କହିିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe