ଭାଇରାଲ୍‌ ହେଲା ନିଆ ଶର୍ମା ଓ ରେହେନାଙ୍କ ଲିପ୍‌ କିସ୍‌ ଭିଡିଓ

Advertisment
ଭାଇରାଲ୍‌ ହେଲା ନିଆ ଶର୍ମା ଓ ରେହେନାଙ୍କ ଲିପ୍‌ କିସ୍‌ ଭିଡିଓ

latestly.com

ମୁମ୍ବାଇ: ସବୁବେଳେ ନିଜର ଷ୍ଟାଇଲିସ୍‌ ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହୁଥିବା ନିଆ ଶର୍ମା ଏବେ ରେହେନା ପଣ୍ଡିତ୍‌ଙ୍କୁ କରିଥିବା ଲିପ୍‌-ଲକ୍‌ କିସ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିଆ ଏବଂ ରେହେନା ଅନେକ ଗୁଡ଼ିଏ କ୍ୟାମେରା ସାମ୍ନାରେ ପରସ୍ପରଙ୍କୁ ଚୁମ୍ବନ ଦେଇ ଗଣମାଧ୍ୟମ ସଂସ୍ଥାରେ ଚର୍ଚ୍ଚା ପାଲଟିଛନ୍ତି।

ଉଭୟ ଏକ୍‌ତା କପୁରଙ୍କ ହୋଲି ପାର୍ଟିରେ ଯୋଗ ଦେବା ଅବସରରେ ଏପରି ଘଟିଛି। ନିଆ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସହ କଥା ହେଉଥିବା ସମୟରେ ଅଚାନକ ଆସି ପହଞ୍ଚିଥିଲେ ରେହେନା। ରେହେନାଙ୍କୁ ଦେଖି ଖୁସି ହୋଇ ପଡ଼ିଥିଲେ ନିଆ। ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ରେହେନାଙ୍କୁ ଦେଖିବା ମାତ୍ରେ ନିଆଁ ହୋଲିର ଶୁଭକାମନା ଦେବା ସହ ତାଙ୍କ ଓଠକୁ ଚୁମ୍ବନ ଦେଇଥିଲେ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୦୧୫ ମସିହାରେ ବି ଏହି ଦୁଇ ଟେଲି ନାୟିକ ସମାନ କଥା ପାଇଁ ଚର୍ଚ୍ଚାରେ ରହିଥିଲେ। ସେ ସମୟରେ ରେହେନା ନିଜର ପ୍ରତିକ୍ରିୟାରେ କହିଥିଲେ କି ଯଦି ଜଣେ ଯୁବତୀ ଅନ୍ୟ ଜଣେ ଯୁବତୀକୁ ଗାଲରେ ଚୁମା ଦେଇପାରୁଛି ତେବେ ଓଠରେ ଦେବାରେ କୌଣସି ସମସ୍ୟା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe