Photo Credit: ANI
ପୁଣେ: ରାନୁ ମଣ୍ଡଲଙ୍କ ପରେ ଇଣ୍ଟର୍ନେଟ୍ରେ ଛାଇଲେ ଜଣେ ସଫେଇ କର୍ମୀ। ସେ ସଫେଇ ଉପରେ ଏକ ଗୀତ ଗାଇ ବେଶ୍ ଚର୍ଚ୍ଚା ପାଲଟିଛନ୍ତି। ‘କଜରା ମହବତ ୱାଲ୍...’ ଗୀତ ସ୍ବରରେ ସେ ‘କଚରା ସୁଖା ଔର ଗିଲା...’ ଗୀତ ଗାଉଥିବାର ନଜର ଆସିଛନ୍ତି। ବ୍ୟକ୍ତି ଜଣକ ଖୁବ୍ ସୁନ୍ଦର ସ୍ବରରେ ଗୀତଟିକୁ ଗାଉଥିବାର ଦେଖିବାକୁ ମିଳିଛନ୍ତି। ସେ ସଫେଇ କର୍ମୀମାନଙ୍କ ପୋଷାକ ମଧ୍ୟ ପିନ୍ଧିଛନ୍ତି।
ତାଙ୍କ ନାମ ମହାଦେବ ଯାଦବ। ସେ ପୁଣେ ମୁନିସିପାଲଟି କର୍ପୋରେସନରେ ୨୫ ବର୍ଷରୁ ଊର୍ଧ୍ବ ସମୟ ଧରି କାମ କରି ଆସୁଛନ୍ତି। ସେ ଏପରି ଗୀତ ଗାଇ ଲୋକଙ୍କୁ ସଫାସୁତରାକୁ ନେଇ ସଚେତନ କରାଇବାକୁ ଚେଷ୍ଟା କରିଛନ୍ତି।
ଏହି ଗୋଟାଏ ଗୀତ ନୁହେଁ, ସଫେଇକୁ ନେଇ ସେ ପୂର୍ବରୁ ଆହୁରି ଅନେକ ଗୀତ ଲେଖିଛନ୍ତି। ସକାଳୁ ଅଳିଆ ସଫା କରୁ କରୁ ସେ ଲୋକମାନଙ୍କ ସମ୍ମୁଖରେ ଗୀତ ଗାଇ ସଚେତନ କରାଇ ଥାଆନ୍ତି।
Follow Us