ବିଗ୍ ବସ୍ ସିଜିନ୍-୧୩ରେ ନଜର ଆସିବେ ସୁନୀଲ ଗ୍ରୋଭର

ବିଗ୍ ବସ୍ ସିଜିନ୍-୧୩ରେ ନଜର ଆସିବେ ସୁନୀଲ ଗ୍ରୋଭର

timesnownews.com

ମୁମ୍ବାଇ: ବିଗ୍ ବସ୍ ସିଜିିନ୍-୧୩ରେ ନଜର ଆସିବାକୁ ଯାଉଛନ୍ତି ଲୋକପ୍ରିୟ ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର। ତାଙ୍କ ପ୍ରଶଂସକ ତାଙ୍କୁ ଗୁଥି ନାମରେ ଅଧିକ ପସନ୍ଦ କରୁଥିବା ବେଳେ ଏବେ ସେ ଗୁଥି ବେ‌ଶରେ ବିଗ୍ ବସକୁ ଆସିବେ। ତେବେ ନୂଆ ପ୍ରତିଯୋଗୀ ଭାବେ ନୁହନ୍ତି ବରଂ ଉଇକଏଣ୍ଡ କା ୱାରରେ ସେ ଅତିଥି ହୋଇ ବିଗ୍ ବସକୁ ଆସିବେ।

କଲର୍ସ ଟିଭି ପକ୍ଷରୁ ଏହାର ପ୍ରୋମୋ ଜାରି କରାଯାଇଥିବା ବେଳେ ଏଥିରେ ଗୁଥି ସୋ’ର ଉପସ୍ଥାପକ ସଲମାନ ଖାନ୍ ଓ ଦର୍ଶକଙ୍କୁ ହସାଉଥିବାର ଦେଖାଯାଇଛି। ପ୍ରୋମୋ ଛୋଟ ଥିଲେ ମଧ୍ୟ ତାହା ଦର୍ଶକଙ୍କୁ ପସନ୍ଦ ଆସିବାରେ ଲାଗିଛି। ତେବେ ଏହି ସପ୍ତାହ‌ରେ ସୋ’ର ଟିଆରପି କମିଥିବା ବେଳେ ଗୁଥିଙ୍କ ଆସିବା ପରେ ଏଥିରେ ପରିବର୍ତ୍ତନ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି।

ସୂଚନା ମୁତାବକ, ସୋ’ ଆରମ୍ଭରୁ ବିବାଦରେ ରହିଥିବା ବେଳେ ଏହି ସିଜିନଟି ପୂର୍ବ ସବୁ ସିଜିନଠାରୁ  ଅଧିକ ଲୋକପ୍ରିୟ ହୋଇଥିବା ନେଇ କିଛି ଦିନ ତଳେ ଘୋଷଣା କରାଯାଇଥିଲା। ଏହା ସହ ସୋ’ର ଅବଧିକୁ ୫ସପ୍ତାହ ବଢ଼ାଇ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe