ଲକ୍‌ଡାଉନ୍‌ ସମୟରେ ସଫେଇ କରୁଥିବା କର୍ମୀଙ୍କୁ ନିଜ ଘର ବାଲ୍‌କୋନିରୁ ଧନ୍ୟବାଦ ଜଣାଇଲେ ବିଦ୍ୟା, ଇନ୍‌ଷ୍ଟାରେ ପୋଷ୍ଟ୍‌ କଲେ ଭିଡିଓ

Advertisment
ଲକ୍‌ଡାଉନ୍‌ ସମୟରେ ସଫେଇ କରୁଥିବା କର୍ମୀଙ୍କୁ ନିଜ ଘର ବାଲ୍‌କୋନିରୁ ଧନ୍ୟବାଦ ଜଣାଇଲେ ବିଦ୍ୟା, ଇନ୍‌ଷ୍ଟାରେ ପୋଷ୍ଟ୍‌ କଲେ ଭିଡିଓ

indiatoday

ମୁମ୍ବାଇ: କରୋନା ଭାଇରସ୍‌ ପାଇଁ ସାରା ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ଥିବା ବେଳେ ଜାଣେ ସଫେଇ କର୍ମୀ ରାସ୍ତା ସଫା କରୁଥିବା ଦେଖି ତାଙ୍କର ପ୍ରଶଂସା କରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲାନ।

ବିଦ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଭିଡିଓ ସେୟାର୍‌ କରିଛନ୍ତି। ଭିଡିଓରେ ଜଣେ ମହିଳା ସଫେଇ କର୍ମୀ ସଫେଇ କାର୍ଯ୍ୟ କରୁଥିବାର ନଜର ଆସିଛନ୍ତି। ବିଦ୍ୟା ଭିଡିଓ ସେୟାର୍‌ କରି ମହିଳା କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭଗବାନ ତୁମକୁ ଓ ତୁମ ପରିବାରକୁ ସହାୟ ହୁଅନ୍ତୁ ବୋଲି ବିଦ୍ୟା ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି।

View this post on Instagram

Vidya being Vidya...!🥰🥰👌👍 #bollywood

A post shared by Vidya Balan Fan (@vidyabalanfan) on

ମିସନ୍‌ ମଙ୍ଗଲ୍‌ ଅଭିନେତ୍ରୀ ବିଦ୍ୟା ଏହି ଭିଡିଓଟି ତାଙ୍କ ଘର ବାଲ୍‌କୋନିରୁ ସୁଟ୍‌ କରିଛନ୍ତି। ସେ ଭିଡିଓ ସୁଟ୍‌ କରିବା ସହ ‘ମ୍ୟାଡାମ୍‌ ଥ୍ୟାଙ୍କ୍‌ ୟୁ, ଗଡ୍‌ ବ୍ଲେସ୍‌ ୟୁ’ ବୋଲି କହୁଥିବାର ଶୁଣିବାକୁ ମିଳିଛି। ସେହି ସମୟରେ ସଫେଇ କର୍ମୀ ଜଣକ ଉପରକୁ ଦେଖୁଥିିବାର ଦେଖିବାକୁ ମିଳିଛି। ବିଦ୍ୟା ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିବା ପରେ ଭିଡିଓଟି ଭାଇରାଲ୍‌ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe