ବଡ଼ପରଦାରେ ଦର୍ଶକଙ୍କୁ ପୁଣି ଡରାଇ ପାରନ୍ତି ବିଦ୍ୟା

Advertisment
ବଡ଼ପରଦାରେ ଦର୍ଶକଙ୍କୁ ପୁଣି ଡରାଇ ପାରନ୍ତି ବିଦ୍ୟା

ନୂଆଦିଲ୍ଲୀ: ୨୦୦୭ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଭୁଲ୍‌ ଭୁଲେୟାଁ’ ବକ୍ସ ଅଫିସରେ  ହିଟ୍ ହୋଇଥିଲା । ଦର୍ଶକଙ୍କ ବି ସିନେମାରେ ବିଦ୍ୟାଙ୍କ ଅଭିନୟକୁ ବେଶ ପସନ୍ଦ ବି କରିଥିଲେ। ଆଜି ବି ‘ଭୁଲ୍‌ ଭୁଲେୟାଁ’ର ଫ୍ୟାନ ରହିଛନ୍ତି। ତେବେ ବିଦ୍ୟାଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ରହିଛି।

ଖୁବ୍ ଶୀଘ୍ର ଦର୍ଶକ ଏହି ଫିଲ୍ମର ସିକ୍ୱେଲ୍ ଦେଖିବେ। ଚଳିତ ବର୍ଷ ‘ଭୁଲ୍ ଭୁଲେୟାଁ ୨’ ବକ୍ସ ଅଫିସରେ ରିଲିଜ ହେବାକୁ ଯାଉଛି ବୋଲି ଜଣାପଡିଛି । ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି।  ଫିଲ୍ମର ସେକେଣ୍ଡ ପାର୍ଟକୁ ନେଇ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। କିନ୍ତୁ ବିଦ୍ୟା ବାଲାନଙ୍କ ଭୂମିକାକୁ ନେଇ ସନ୍ଦେହରେ ରହିଛି। ହେଲେ ଆନିସ୍ ବାଜମି ଏହାକୁ ସ୍ପଷ୍ଟ କରିଛନ୍ତି ।

‘ଭୁଲ୍ ଭୁଲେୟାଁ ୨’କୁ ନେଇ ଆନିସ୍ ବାଜମି ଏକ ସାକ୍ଷାତକାରରେ କହିଛନ୍ତି କି ‘ଭୁଲ୍‌ ଭୁଲେୟାଁ’ରେ  ମଞ୍ଜୁଲିକା ଚରିତ୍ର ପସନ୍ଦର ଚିରତ୍ରଟିଏ। ତେଣୁ ‘ଭୁଲ୍ ଭୁଲେୟାଁ ୨’ରେ ଏହି ଚରିତ୍ର ରହିବା ଜରୁରୀ । କିନ୍ତୁ ସେ ଆଗକୁ ଆଉ କିଛି କହିବାକୁ ମନା କରି ଦେଇଥିଲେ ଏବଂ ଆଗକୁ ଥିବା ଜିନିଷଗୁଡିକ ବର୍ତ୍ତମାନ ପାଇଁ ସସ୍ପେନସ୍‌ ରହିବାକୁ ଦିଅନ୍ତୁ ବୋଲି ମଧ୍ୟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe