indiatoday
ମୁମ୍ବାଇ: ଖୁବ୍ ଶୀଘ୍ର ନେଟ୍ଫ୍ଲିକ୍ସରେ ରିଲିଜ୍ ହେବାକୁ ଯାଉଛି ଅଭିନେତା ଅଜୁର୍ନ କପୁର ଓ ଅଭିନେତ୍ରୀ ରାକୁଲ ପ୍ରୀତ ସିଂହ ଅଭିନୀତ ଚଳଚ୍ଚିତ୍ର ‘ସର୍ଦାର କା ଗ୍ରାଣ୍ଡ୍ସନ୍’। ଏଯାବତ୍ ରିଲିଜ୍ ତାରିିଖ ଘୋଷଣା ହୋଇନଥିଲେ ବି ଚଳଚ୍ଚିତ୍ରଟି ରିଲିଜ୍ ପାଇଁ ପୂରାପୂରି ପ୍ରସ୍ତୁୁତ ହୋଇ ସାରିଲାଣି ବୋଲି ସୂଚନା ରହିିଛି। ଏହି ଚଳଚ୍ଚିତ୍ରରେ ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତାଙ୍କୁ ମଧ୍ୟ ଦେଖିବାକୁ ମିଳିବ ବୋଲି ସୂଚନା ରହିିଛି। ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି କାସ୍ଭି ନୟାର ଏବଂ ଏହାର ପ୍ରଯୋଜକମାନେ ହେଉଛନ୍ତି ଭୂଷଣ କୁମାର, ଜନ୍ ଆବ୍ରାହମ୍, ନିିଖିଲ୍ ଆଡଭାନି, ମଧୁ ଭୋଜୱାନି, କ୍ରିଷ୍ଣା କୁମାର ଏବଂ ମନୀଷା ଆଡଭାନି।
ଏହି ଚଳଚ୍ଚିତ୍ରର ସୁଟିଂ ସମୟର କିଛି ଫଟୋକୁ ନିିଜ ନିଜ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର କରିଛନ୍ତି ଅଜୁର୍ନ କପୁର ଓ ରାକୁଲ ପ୍ରୀତ। ଅଜୁର୍ନ ତାଙ୍କ ଇନ୍ଷ୍ଟା ପୋଷ୍ଟ୍ରେ ଲେଖିଛନ୍ତି କି ଫିଲ୍ମଟିକୁ ଦେଖିବା ପାଇଁ ଆପଣ ନିଜ ନିଜ ବାପା ଓ ଜଜେବାପାଙ୍କୁ ପ୍ରସ୍ତୁୁତ କରାନ୍ତୁ। ‘ସର୍ଦାର କା ଗ୍ରାଣ୍ଡ୍ସନ୍’ ଖୁବ୍ ଶୀଘ୍ର ଆସିବାକୁ ଯାଉଛି।
Follow Us