ଖଣ୍ଡାରେ କେକ କାଟିବା ପରେ କ୍ଷମା ମାଗିଲେ ସୁପରଷ୍ଟାର ବିଜୟ

Advertisment
ଖଣ୍ଡାରେ କେକ କାଟିବା ପରେ କ୍ଷମା ମାଗିଲେ ସୁପରଷ୍ଟାର ବିଜୟ

photo-india today

ଚେନ୍ନାଇ:ଦକ୍ଷିଣୀ ସିନେମାର ଭେଟେରାନ୍ ଅଭିନେତା ବିଜୟ ସେତୁପତି ୧୬ ଜାନୁଆରୀରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି | ଶନିବାର ଦିନ ସେ ତାଙ୍କର ୪୩ ତମ ଜନ୍ମଦିନ ପାଳନ କରିଥିଲେ। ଏହି ବିଶେଷ ଅବସରରେ ବିଜୟ ସେତୁପତିଙ୍କ ପ୍ରଶଂସକ ତଥା ବହୁ ଚଳଚ୍ଚିତ୍ର ତାରକା ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି | କିନ୍ତୁ ଜନ୍ମଦିନ ଯୋଗୁଁ ବିଜୟ ସେତୁପତି ବିବାଦ ମଧ୍ୟକୁ ଟାଣି ହୋଇ ଆସିଛନ୍ତି। ଆଉ ଫଳସ୍ୱରୂପ, ସୋସିଆଲ ମିଡିଆରେ ତାଙ୍କୁ ତାଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ମାଗିବାକୁ ପଡିଛି । ନିକଟରେ ବିଜୟ, ନିର୍ଦ୍ଦେଶକ ପୋନ୍ରାମଙ୍କ ଆଗାମୀ ଫିଲ୍ମ ସେଟରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ।

ଏହି ସମୟରେ ସେ ଫିଲ୍ମର କାଷ୍ଟ ଏବଂ କ୍ରୁଙ୍କ ସହ ଜନ୍ମଦିନର କେକ୍ ମଧ୍ୟ କାଟିଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ବିଜୟ ସେତୁପତି ଖଣ୍ଡା ଦ୍ୱାରା ଏହି କେକ୍ କାଟିଥିଲେ । ଏହି କାରଣରୁ ସେ ବିବାଦ ଭିତରକୁ ଆସିଥିଲେ ଏବଂ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ନିକଟରେ କ୍ଷମା ମାଗିଛନ୍ତି। ବିଜୟ ସେତୁପତି ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ତାମିଲ ଭାଷାରେ ଏକ ପୋଷ୍ଟ ସେୟାର କରିଛନ୍ତି।

ଏହି ପୋଷ୍ଟରେ ସେ ଖଣ୍ଡା ଦ୍ୱାରା କେକ୍ କାଟିଥିବାରୁ ପ୍ରଶଂସକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଭବିଷ୍ୟତରେ ସେ ଏପରି ଭୁଲ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe