ଆପଣଙ୍କୁ ଲାଗୁଛି ମୁଁ 'ସିଙ୍ଗଲ' ଅଛି? ରଶ୍ମିକାଙ୍କ ସହ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ମଧ୍ୟରେ ବିଜୟଙ୍କ ପ୍ରତିକ୍ରିୟା

Advertisment

ରଶ୍ମିକା ମନ୍ଦନାଙ୍କ ସହ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ମଧ୍ୟରେ ବିଜୟ ଦେବରକୋଣ୍ଡା ବର୍ତ୍ତମାନ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ୩୫ବର୍ଷ ବୟସ ଏବଂ ସେ 'ସିଙ୍ଗଲ' ନାହାନ୍ତି।

ରଶ୍ମିକା ମନ୍ଦନାଙ୍କ ସହ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ମଧ୍ୟରେ ବିଜୟ ଦେବରକୋଣ୍ଡା ବର୍ତ୍ତମାନ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କୁ ୩୫ବର୍ଷ ବୟସ ଏବଂ ସେ 'ସିଙ୍ଗଲ' ନାହାନ୍ତି।

tviya

ନୂଆଦିଲ୍ଲୀ: ସାଉଥ୍ ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ନାମ ଦୀର୍ଘ ଦିନ ହେଲାଣି ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ସହ ଯୋଡା ଯାଉଛି। ଦୁହେଁ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଛନ୍ତି ଏବଂ ପ୍ରଶଂସକ ସେମାନଙ୍କର ଯୋଡିକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି | ଫିଲ୍ମରେ ଦୁହିଁଙ୍କ ରୋମାନ୍ସକୁ ପସନ୍ଦ କରାଯିବା ପରେ ଅସଲ ଜୀବନରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଛି। ଦୁହେଁ ଏହି ଚର୍ଚ୍ଚା ଉପରେ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଏବେ ବିଜୟ ପ୍ରେମ ସମ୍ପର୍କରେ ଥିବା ନେଇ ସଙ୍କେତ ଦେଇଛନ୍ତି। 

ଏକ ସାକ୍ଷାତକାରରେ ବିଜୟ କହିଛନ୍ତି ଯେ, "ମୁଁ ଜାଣେ ପ୍ରେମ କଲେ କେମିତି ଲାଗେ ଏବଂ ଭଲ ପାଇବା କ’ଣ | ମୁଁ ସର୍ତ୍ତ ବିନା ପ୍ରେମ କ’ଣ ଜାଣେ ନାହିଁ। କାରଣ ମୋର ଭଲପାଇବା ଆଶା ସହିତ ଆସେ। ମୁଁ ସର୍ତ୍ତ ବିନା ପ୍ରେମ କରିପାରେନା। ମୁଁ ଯାହାକୁ ଭଲପାଏ ତା’ଠାରୁ ବି କିଛି ଆଶା କରେ।"

ସହ ଅଭିନେତ୍ରୀଙ୍କୁ ଡେଟ୍ କରୁଛ କି ବୋଲି ପ୍ରଶ୍ନ କରାଯିବାରୁ ସେ କହିଥିଲେ, 'ମୁଁ ଡେଟରେ ବାହାରକୁ ଯାଏ ନାହିଁ। କିଛି ଦିନ ଜଣକୁ ଭଲ ଭାବରେ ଜାଣିବା ପରେ ଓ ଭଲ ବନ୍ଧୁ ହେବା ପରେ ଯାଇ ମୁଁ ବାହାରକୁ ଯାଏ | ମୋର ବୟସ ୩୫ବର୍ଷ, ଆପଣଙ୍କୁ ଲାଗୁଛି କି ମୁଁ ପ୍ରେମ ସମ୍ପର୍କ‌ରେ ନଥିବି।? ' ତାଙ୍କର ଏଭଳି ପ୍ରତିକ୍ରିୟାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe