ଭିତରେ ନିଆଁ ଅଛି ବୋଲି ଲେଖିଲେ ବିଜୟ, ଜନତା ପାଣି ପକାଇଦେବେ ବୋଲି କହିଲେ ଲୋକେ

Advertisment
ଭିତରେ ନିଆଁ ଅଛି ବୋଲି ଲେଖିଲେ ବିଜୟ, ଜନତା ପାଣି ପକାଇଦେବେ ବୋଲି କହିଲେ ଲୋକେ

ମୁମ୍ବାଇ: ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଆଗାମୀ ଚଳଚ୍ଚିତ୍ର ଲାଇଗର୍ ଏବେ ଚର୍ଚ୍ଚାରେ ରହିଛି। ଚଳଚ୍ଚିତ୍ରର ‘ଆଫତ୍’ ଗୀତ ରିଲିଜ୍ ହେବା ସହିତ ଭାଇରାଲ୍ ହେଉଥିବା ବେଳେ ଫିଲ୍ମକୁ ବଏକଟ କରିବାର ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଛି। ପୂର୍ବରୁ ବଏକଟ କରାଯାଇଥିବା ଫିଲ୍ମର ଅବସ୍ଥା ବକ୍ସ ଅଫିସରେ କିଭଳି ଥିଲା, ତାହା ସମସ୍ତେ ଦେଖିଥିବା ବେଳେ ଏବେ ବିଜୟଙ୍କ ଫିଲ୍ମର ଅବସ୍ଥା ମଧ୍ୟ ସେଭଳି ହେବ ବୋଲି କୁହାଯାଉଛି। ଏମଧ୍ୟରେ ବିଜୟ କରିଥିବା ଟ୍ବିଟକୁ ନେଇ ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଛି।

ନିଜର ଏକ ଫଟୋ ସେୟାର କି ଭିତରେ ନିଆଁ ଅଛି ବୋଲି ଲେଖିଛନ୍ତି ବିଜୟ ଦେବରକୋଣ୍ଡା। ଏଭଳି କ୍ୟାପସନ ଦେଖି ତାଙ୍କୁ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି ଯେ, ଭାଇ ଭୁଲ ସ୍ଥାନକୁ ଆସିଯାଇଛ। ବଲିଉଡକୁ ଆସି ଏବେ ନିଜର ବୁଦ୍ଧି ଭ୍ରଷ୍ଟ କରିବ। ଅନ୍ୟ ଜଣେ ବ୍ୟବହାରକାରୀ ଏହି ପୋଷ୍ଟରେ ମନ୍ତବ୍ୟ ଦେଇ ଲେଖିଛନ୍ତି, 'ଜନସାଧାରଣ ପାଣି ଢ଼ାଳି ଦେବେ।'

ଏହା ସହ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'ଏସିଡିଟି ହୋଇଛି କି ସାର୍, ଲେମ୍ବୁ ପାଣି ପିଅନ୍ତୁ।' ଏହିପରି ଭାବରେ ତାଙ୍କ ପୋଷ୍ଟରେ ମିଶ୍ରିତ ପ୍ରତିକ୍ରିୟା ଆସୁଥିବା ଦେଖାଯାଉଛି। କିଛି ତାଙ୍କୁ ଟ୍ରୋଲ କରିଥିବା ବେଳେ କିଛି ବ୍ୟବହାରକାରୀ ତାଙ୍କ ଫଟୋକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe