ବିଜୟ ସେତୁପତିଙ୍କ ପାଇଁ ଷ୍ଟଣ୍ଟ କରୁଥିବା ବେଳେ ଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ

Advertisment
ବିଜୟ ସେତୁପତିଙ୍କ ପାଇଁ ଷ୍ଟଣ୍ଟ କରୁଥିବା ବେଳେ ଗଲା ଷ୍ଟଣ୍ଟମ୍ୟାନଙ୍କ ଜୀବନ

ନୂଆଦିଲ୍ଲୀ: ସାଉଥ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ଆସିଛି। ଷ୍ଟଣ୍ଟ କରୁଥିବା ବେଳେ ୫୪ବର୍ଷୀୟ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ ହୋଇଛି। ସୁଟିଂ ସେଟରେ ହଠାତ୍ ଦୁର୍ଘଟଣା ଘଟିବାରୁ ଷ୍ଟଣ୍ଟମ୍ୟାନ୍ ଏସ୍ ସୁରେଶଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ସାଉଥ ସୁପରଷ୍ଟାର ବିଜୟ ସେତୁପତୀଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ର ପାଇଁ ସୁରେଶ ଷ୍ଟଣ୍ଟ କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ।

ସୂଚନ ମୁତାବକ, ଫିଲ୍ମ 'ବିଦ୍ୟୁତଲାଇ'ର ସୁଟିଂ ସମୟରେ ଏହି ଘଟଣା ଘଟିଛି। ବନ୍ଦାଲୁରରେ ଫିଲ୍ମର ସୁଟିଂ ଚାଲିଥିବା ବେଳେ ସୁରେଶ ମୁଖ୍ୟ ଷ୍ଟଣ୍ଟ ନିର୍ଦ୍ଦେଶକଙ୍କୁ ଷ୍ଟଣ୍ଟ କରିବାରେ ସାହାଯ୍ୟ କରୁଥିଲେ। ଫିଲ୍ମର ଦୃଶ୍ୟ ଅନୁଯାୟୀ, ସୁରେଶଙ୍କୁ ରଶି ସାହାଯ୍ୟରେ କ୍ରେନରେ ବନ୍ଧା ଯାଇଥିବା ବେଳେ ତାଙ୍କୁ ତଳକୁ ଡେଇଁବାର ଥିଲା। ହେଲେ ସୁଟିଂ ଆରମ୍ଭ ହେବା ପରେ ରଶି ଛିଡି ଯିବାରୁ ୨୦ଫୁଟ ଉପରୁ ତଳକୁ ପଡ଼ିଯାଇଥିଲେ ସୁରେଶ। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣା ନେଇ ଖବର ମିଳିବା ପରେ ପୁଲିସ ଏବେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe