ବିଜୟ ସେଥୁପତିଙ୍କ ଝିଅକୁ ଦୁଷ୍କର୍ମ ଧମକ

Advertisment
ବିଜୟ ସେଥୁପତିଙ୍କ ଝିଅକୁ ଦୁଷ୍କର୍ମ ଧମକ

India Today

ସାମାଜିକ ଚାପ ଯୋଗୁଁ ତାମିଲ୍ ଅଭିନେତା ବିଜୟ ସେଥୁପତି ଶ୍ରୀଲଙ୍କା କ୍ରିକେଟର ମୁଥିୟା ମୁରଲୀଧରନଙ୍କ ଉପରେ ନିର୍ମାଣ ହେବାକୁ ଥିବା ଚଳଚ୍ଚିତ୍ର ‘୮୦୦’ରୁ ଓହରି ଯାଇଛନ୍ତି। ଏହା ସତ୍ତ୍ବେ ବିଜୟଙ୍କ ଝିଅକୁ ସୋସିଆଲ ମିଡିଆରେ ଦୁଷ୍କର୍ମ ଧମକ ଦିଆଯାଇଛି। ଏହି ଘଟଣା ପରେ ବିଜୟଙ୍କ ସମର୍ଥକମାନେ ସମ୍ପୃକ୍ତ ଆରୋପୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ରାଷ୍ଟ୍ରୀୟ ମହିଳା ‌ଆୟୋଗ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି ଯେ, ମହିଳାମାନଙ୍କ ପ୍ରତି ଅପରାଧ ବଢ଼ିଚାଲିଛି। ଏହି ଘଟଣାରେ ଡିଏମ୍‌କେ ସାଂସଦ କାନିମୋଝି ଟ୍ବିଟ୍‌ କରି କହିଛନ୍ତି, ବିଜୟଙ୍କ ଝିଅକୁ ଧମକ ଦେବା ଲଜ୍ଜାର ବିଷୟ। ମହିଳା ଓ ପିଲାମାନଙ୍କୁ ଟ୍ରୋଲ୍‌ କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡବିଧାନ ହେବା ଉଚିତ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe