ଘର ଚଳାଇବା ପାଇଁ ସିମ୍ କାର୍ଡ ବିକିବା ସହ କଲ୍ ସେଣ୍ଟରରେ କାମ କରିଥିଲେ ବିଜୟ ବର୍ମା। 'ଗଲି ବଏ', 'ଡାର୍ଲିିଙ୍ଗ୍ସ', 'ଦହାଡ' ଭଳି ପ୍ରୋଜେକ୍ଟରେ କାମ କରି ନିଜୟ ସ୍ବତନ୍ତ୍ର ପରିଚୟ ତିଆରି କରିଥିବା ବିଜୟ ଏବେ ନିଜ ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇଛନ୍ତି। ବଲିଉଡ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଟକ୍ ସୋ’କୁ ଆସି ସେ Depression, ଚିନ୍ତା, ସଂଘର୍ଷ, ବ୍ୟକ୍ତିଗତ ଜୀବନ ଏବଂ ସମ୍ପର୍କଠାରୁ ଆରମ୍ଭ କରି ନିଜ ଜୀବନର ଟିକିନିକି କଥା ସେୟାର କରିଥିଲେ ବିଜୟ।
ଅଭିନେତା ବିଜୟ ବର୍ମା ଏକ ଦଶନ୍ଧିରୁ ଅଧିକ ସମୟ ଧରି ହିନ୍ଦୀ ଚଳଚ୍ଚିତ୍ରରେ କାମ କରି ଆସୁଛନ୍ତି। ସେ Film and Television Institute of Indiaରୁ ସ୍ନାତକ ହାସଲ କରିଥିଲେ। ନିଚ୍ଛକ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ସହ ଅଭିନେତା ଭାବରେ ଫିଲ୍ମ ଫେୟାର ପୁରସ୍କର ସହ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି। ସେ ଏବେ ଜଣେ ଶ୍ରେଷ୍ଠ ଅଭିନେତା । କିନ୍ତୁ କ୍ୟାରିୟରରେ ଏତେ ସଫଳ ହେବା ତାଙ୍କ ପାଇଁ ପ୍ରଥମେ ସହଜ ନଥିଲା। ତାଙ୍କୁ ଅନେକ ଉତ୍ଥାନ-ପତନ ଦେଖିବାକୁ ପଡ଼ିଥିଲା।
ସିମକାର୍ଡ ବିକ୍ରି କରୁଥିଲେ ବିଜୟ ବର୍ମା
ରିଆ ଚକ୍ରବର୍ତ୍ତୀଙ୍କୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, "ମୁଁ ପ୍ରାୟ ଏକ ଦଶନ୍ଧି ଧରି ସଂଘର୍ଷ କରିଥିଲି। ଗଲି ବଏ ହଠାତ୍ ଆସି ମୋ ଜୀବନ ବଦଳାଇ ଦେଇଥିଲା। ଅଭିନୟରେ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ମୁଁ ସଫ୍ଟୱେର୍ ଇଞ୍ଜିନିୟରିଂ, ଇଭେଣ୍ଟ ମ୍ୟାନେଜମେଣ୍ଟ, ବି.କମ୍ ପରି ୫ଟି ଭିନ୍ନ ଭିନ୍ନ କୋର୍ସ କରିଥିଲି। ଏତେ ସବୁ କୋର୍ସ କରିବା ପରେ ମଧ୍ୟ ମୋତେ କୌଣସି କାମ ମିଳିନଥିଲା। ସେଥିପାଇଁ ମୁଁ ଏକ କଲ୍ ସେଣ୍ଚରରେ କାମ କରିବା ଆରମ୍ଭ କରିଥିଲି। ସେତେବେଳେ ସିମ୍ କାର୍ଡ ବିକିବା ପାଇଁ ନିର୍ଦ୍ଦିଷ୍ଟ ଟାର୍ଗେଟ ଦିଆଯାଉଥିଲା। ସବୁଦିନ ଟାର୍ଗେଟ ପୂରଣ କରିବା ପାଇଁ ମୁଁ ସାଇକେଲରେ ୩୦ରୁ ୪୦ କିଲୋମିଟର ଯିବା ଆସିବା କରୁଥିଲି। ଏତେ ସବୁ କରିବା ପରେ ବି ମୋ ଟାର୍ଗେଟ୍ ପୂରଣ ହେଉନଥିଲା, ଯାହା ଫଳରେ ବସ୍ ମୋତେ ବହୁତ ଗାଳି କରୁଥିଲେ। ବସ୍ଙ୍କ ଗାଳି ଶୁଣିବା ପରେ ମୋତେ ବହୁତ ଖରାପ ଲାଗୁଥିଲା। ଦିନେ ମୁଁ ତାଙ୍କୁ କହିଥିଲି ଯେ, ଦିନ ଆସିବ ମୁଁ ଆପଣଙ୍କ ସୋ’ରୁମରେ ମୋର ଫଟୋ ଲଗାଇବି। ମୁଁ ଏହି ବ୍ରାଣ୍ଡର ଆମ୍ବାସାଡର ହେବି। ଆଜି ମୁଁ ତାହା କରି ଦେଖାଇଛି।"
କିପରି ଆରମ୍ଭ ହୋଇଥିଲା ବିଜୟଙ୍କ ଚଳଚିତ୍ର କ୍ୟାରିୟର ?
ନିଜ କ୍ୟାରିୟର ବିଷୟରେ କହିବାକୁ ଯାଇ ବିଜୟ ବର୍ମା ଜଣାଇଛନ୍ତି ଯେ, ଅସଫଳତା ମିଳିବା ପରେ ମୁଁ Film and Television Institute of Indiaରେ ନାମ ଲେଖାଇ ଅଭିନୟ ଶିଖିବା ଆରମ୍ଭ କରିଥିଲି। ପ୍ରଥମେ ମୋତେ ଦର୍ଶକଙ୍କ ଭଲପାଇବା ମିଳିନଥିଲେ ବି ସମୟ ସହିତ ସବୁ ବଦଳିଥିଲା। ଏବେ ମୁଁ ସଫଳ ହୋଇଛି ସତ, କିନ୍ତୁ ଅନେକ ସଂଘର୍ଷ ଦେଇ ମୋତେ ଆସିବାକୁ ପଡ଼ିଛି।
ଆହୁରି ପଢ଼ନ୍ତୁ: Dharmendra On Ventilator: ବିଗିଡ଼ିଲା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରେ ଅଭିନେତା
ଯଦି ଆମେ ବିଜୟଙ୍କ ପେସାଦାର ଜୀବନ ବିଷୟରେ କହିବା ତେବେ ବିଜୟ ବର୍ମା 'ଗୁସ୍ତାଖ୍ ଇଶ୍କ'ରେ ନଜର ଆସିବେ। ଏହା ୨୧ ନଭେମ୍ବର, ୨୦୨୫ରେ ମୁକ୍ତିଲାଭ କରିବାର ଯୋଜନା ରହିଛି।
ଆହୁରି ପଢ଼ନ୍ତୁ: Home Remedy For Soft Lips: ଶୀତଦିନେ ଓଠ ଫାଠୁଛି କି? ଦାମୀ Lip Balm ପରିବର୍ତ୍ତେ ଆପଣାନ୍ତୁ ଘରୋଇ ଉପଚାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/10/vijay-varma-2025-11-10-17-52-51.jpg)