ପ୍ରତିଶ୍ରୁତି ଦେଇ ଗାୟକଙ୍କ ପରିବାରକୁ ଧୋକା ଦେଇଛନ୍ତି ଶାହରୁଖ

ଦିବଂଗତ ଗାୟକ ଆଦେଶ ଶ୍ରୀବାସ୍ତବଙ୍କ ପତ୍ନୀ ତଥା ପୂର୍ବତନ ଅଭିନେତ୍ରୀ ବିଜୟତା ପଣ୍ଡିତ ଶାହାରୁଖ ଖାନଙ୍କୁ ତାଙ୍କ ପ୍ରତିଶ୍ରୁତି ବିଷୟରେ ମନେ ପକାଇ ଦେଇଛନ୍ତି। ଆମକୁ ଶାହରୁଖଙ୍କ ସାହାଯ୍ୟ ଆବଶ୍ୟକ ବୋଲି ସେ କହିଛନ୍ତି।

uiop

ମୁମ୍ବାଇ: କର୍କଟ ରୋଗ ସହ ଦୀର୍ଘ ଦିନ ସଂଘର୍ଷ କରିବା ପରେ ୨୦୧୫ରେ ପ୍ରସିଦ୍ଧ ଗାୟକ ଆଦେଶ ଶ୍ରୀବାସ୍ତବଙ୍କର ମୃତ୍ୟୁ ହୋଇଥିଲା। 'ଚଲତେ-ଚଲତେ' ଏବଂ 'ବାଘବାନ୍' ଭଳି ଚଳଚ୍ଚିତ୍ରରେ ନିଜର ସ୍ୱର ଦେଇ ଲୋକପ୍ରିୟ ହୋଇଥିବା ଆଦେଶ ଶ୍ରୀବାସ୍ତବ ଏପରି ଜଣେ ବ୍ୟକ୍ତି ଯିଏ ରାତି ତିନିଟା‌ରେ ବି ନିଜ ପ୍ରିୟଜନଙ୍କୁ ସାହାଯ୍ୟ କରିବା ପାଇଁ ଆସୁଥିଲେ। ହେଲେ ତାଙ୍କୁ କେହି ସାହାଯ୍ୟ କରିନଥିବା କହିଛନ୍ତି ଆଦେଶଙ୍କ ପତ୍ନୀ ବିଜୟତା ପଣ୍ଡିତ। ବିଶେଷ କରି ସେ ଶାହରୁଖ ଖାନଙ୍କ ନାମ ନେଇଛନ୍ତି। ତାଙ୍କ କହିବା ମୁତାବକ, ଆଦେଶ ମୃତ୍ୟୁଶଯ୍ୟ‌ାରେ ଥିବା ବେଳେ ଶାହରୁଖଙ୍କୁ ତାଙ୍କ ପୁଅର ଯତ୍ନ ନେବାକୁ କହିଥିଲେ। ହେଲେ ଆଦେଶଙ୍କ ମୃତ୍ୟୁ ପରେ ଶାହରୁଖ ତାଙ୍କ ପରିବାର ସହ ଯୋଗାଯୋଗ କରିନଥିଲେ।

Shah Rukh Khan Promised To Look After My Son But His Number Doesn't Work,  Says Aadesh Shrivastava's Wife | Times Now

ଏକ ସାକ୍ଷାତକାରରେ ବିଜୟତା କହିଛନ୍ତି ଯେ, "ଯେତେବେଳେ ଆଦେଶ ଡାକ୍ତରଖାନାରେ ଭର୍ତ୍ତି ଥିଲେ, ଶାହାରୁଖ ଆମକୁ ଦେଖା କରିବାକୁ ଆସିଥିଲେ। ଦେହାନ୍ତ ହେବାର ଗୋଟିଏ ଦିନ ପୂର୍ବରୁ କିଛି କହିପାରୁନଥିବା ଆଦେଶ ଶାହାରୁଖଙ୍କ ହାତ ଧରି ଆମ ପୁଅ ଅବୀତେଶଙ୍କ ଆଡକୁ ଚାହିଁଥିଲେ। ଏଭଳି କରି, ମୁଁ ଯିବା ପରେ ତୁମେ (ଶାହରୁଖ ଖାନ) ଅବୀତେଶଙ୍କର ଯତ୍ନ ନେବ ବୋଲି ସେ କହିବାକୁ ଚାହୁଥିଲେ। ହେଲେ ଆଦେଶଙ୍କ ଦେହାନ୍ତ ପରେ ଶାହରୁଖ ଥରୁଟିଏ ବି ଆମ ସହ ଯୋଗାଯୋଗ କରିନଥିଲେ। ସେ ଯେଉଁ ନମ୍ବର ଦେଇଥିଲେ, ତାହା ମଧ୍ୟ ଅଚଳ ଥିଲା। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe