ଏହି କାରଣ ପାଇଁ ମନ୍ଦିର ଯିବା ବନ୍ଦ କରି ଦେଇଥିଲେ ବିକ୍ରମ ଭଟ୍ଟ,ପ୍ରଥମ ଥର ପାଇଁ ସର୍ବସମ୍ମୁଖରେ କହିଲେ କାରଣ

Advertisment
ଏହି କାରଣ ପାଇଁ ମନ୍ଦିର ଯିବା ବନ୍ଦ କରି ଦେଇଥିଲେ ବିକ୍ରମ ଭଟ୍ଟ,ପ୍ରଥମ ଥର ପାଇଁ ସର୍ବସମ୍ମୁଖରେ କହିଲେ କାରଣ

Free Press Journal

ମୁମ୍ବାଇ : ବଲିଉଡ୍‌ କଳାକାର ଏବଂ ଫିଲ୍ମ ନିର୍ମାତାମାନଙ୍କର କିଛି ଅଜବ ଅଭ୍ୟାସ ବେଳେ ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ପୂର୍ବରୁ ଅନେକ କଳାକାରଙ୍କ ବିଷୟରେ ଆମେ ଜାଣିବାକୁ ପାଇଥିବା ବେଳେ ଏବେ ଜଣେ ଫିଲ୍ମ ନିର୍ମାତା ମନ୍ଦିର ଯାଆନ୍ତି ନାହିଁ ବୋଲି ଜଣାପଡ଼ିଛି । ଲୋକପ୍ରିୟ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଏକ ଜ୍ୟୋତିଷ ଆପ୍‌ର ପ୍ରଚାର କରୁଥିବା ବେଳେ ତାଙ୍କ ବିଷୟରେ ଏହି କଥା ସମସ୍ତେ ଜାଣିବାକୁ ପାଇଥିଲେ ।

publive-image Bollywood Bubble

ସୂଚନା ମୁତାବକ, ବିକ୍ରମ ଭଟ୍ଟଙ୍କ ଭୂପେଶ ଶର୍ମା ନାମକ ଜଣେ ସାଙ୍ଗ ଏକ ଜ୍ୟୋତିଷ ଆପ୍‌ ବାହାର କରିଛନ୍ତି, ଯାହାର ଆମ୍ବାସାଡ଼ର ବନିଛନ୍ତି ବିକ୍ରମ ଭଟ୍ଟ । ଏହି ଆପ୍‌ ମାଧ୍ୟମରେ ଲୋକମାନେ ନିଜ ଭବିଷ୍ୟ ବିଷୟରେ ପଚାରି ବୁଝି ପାରିବେ । ଏହି ଆପ୍‌ ବିଷୟରେ କହୁଥିବା ସମୟରେ ସେ ମନ୍ଦିର ଯିବା ବନ୍ଦ କରିବା ପଛର କାରଣ କହିଥିଲେ । ଥରେ ସେ ତେଲ ଏବଂ ମଶୁର ଡ଼ାଲି ନେଇ ଶନି ମନ୍ଦିର ପୂଜା କରିବା ପାଇଁ ଯାଇଥିଲେ । ଏହି ସମୟରେ ସେ ଶନି ଦେବଙ୍କୁ ଛୁଇଁବା ପାଇଁ ଚେଷ୍ଟା କରିବାରୁ ମନ୍ଦିରର ପୂଜାରୀ ତାଙ୍କୁ ଏପରି କରିବାକୁ ମନା କରି ଦେଇଥିଲେ । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ତୃତୀୟ ମଣିଷ ରହିବା ଅନୁଚିତ୍‌ ବୋଲି ଭାବିବା ସହ ସେହି ଦିନଠାରୁ ସେ ମନ୍ଦିର ଯିବା ବନ୍ଦ କରି ଦେଇଥିଲେ ବୋଲି କହିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe