ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ପରେ ଟ୍ବିଟ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ଅକ୍ଷୟ ଲେଖିଲେ ଏଭଳି କଥା

Advertisment
ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ପରେ ଟ୍ବିଟ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ, ଅକ୍ଷୟ ଲେଖିଲେ ଏଭଳି କଥା

ପୁଣେ: ଗତ କିଛି ଦିନ ହେବ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ ଡାକ୍ତରଖାନରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ଆଜି ତାଙ୍କର ଦେହାନ୍ତ ହୋଇଛି। ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିବା ବେଳେ ପରେ ଏହାକୁ ଖଣ୍ଡନ କରିଥିଲେ ପରିବାର ଲୋକେ। ହେଲେ ଗୋଟିଏ ଦିନ ପ‌ରେ ଆଜି ତାଙ୍କର ପରଲୋକ ଘଟିଛି। ଏହି ଦୁଃଖଦ ଖବର ସାମ୍ନାକୁ ଆସିବା ପରେ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବଲିଉଡର ଅନେକ କଳାକାର।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ କରି ଲେଖିଛନ୍ତି ଯେ, 'ବିକ୍ରମ ଗୋଖଲେଜୀ ଜଣେ ଅତି ସୃଜନଶୀଳ ଏବଂ ଉତ୍କୃଷ୍ଟ ଅଭିନେତା ଥିଲେ। ତାଙ୍କର ଦୀର୍ଘ ଅଭିନୟ କ୍ୟାରିୟରରେ ସେ କରିଥିବା ଭିନ୍ନ ଏବଂ ଆକର୍ଷଣୀୟ ଭୂମିକା ପାଇଁ ତାଙ୍କୁ ସ୍ମରଣ କରାଯିବ। ତାଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ। ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା। ଓମ୍ ଶାନ୍ତି। '

ଏହା ସହ ଅକ୍ଷୟ କୁମାର ଟ୍ବିଟ କରି ଲେଖିଛନ୍ତି, ବିକ୍ରମ ଗୋଖଲେଜୀଙ୍କ ଦେହାନ୍ତ ବିଷୟରେ ଶୁଣି ଦୁଃଖିତ। ମୁଁ ତାଙ୍କ ସହ ଭୁଲ ଭୁଲୈୟା ଏବଂ ମିଶନ ମଙ୍ଗଲ ଭଳି ଚଳଚ୍ଚିତ୍ରରେ କାମ କରିଛି। ତାଙ୍କଠାରୁ ବହୁତ କିଛି ଶିଖିବାକୁ ବାକି ଥିଲା। ଓମ୍ ଶାନ୍ତି। '

ଅକ୍ଷୟଙ୍କ ବ୍ୟତୀତ ଅଭିନେତା ଅନୁପମ ଖେର୍ ଏବଂ ଅଭିନେତ୍ରୀ ରବିନା ଟଣ୍ଡନ ମଧ୍ୟ ଟ୍ବିଟ କରି ଶୋକ ପ୍ରକାଶ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe