ନୂଆଦିଲ୍ଲୀ: ଅଭିନେତା ବିକ୍ରାନ୍ତ ମେସିଙ୍କ ଫିଲ୍ମ ‘ଦ ସାବରମତି ରିପୋର୍ଟ’ ମୁକ୍ତିଲାଭ କରିବା ପରେ ଚଳଚ୍ଚିତ୍ରକୁ ନେଇ ଖୁବ ଚର୍ଚ୍ଚା ହେଉଛି।
ଏହି ଚଳଚ୍ଚିତ୍ର ୨୦୦୨ ମସିହାର ଗୋଧ୍ରା ଘଟଣା ଉପରେ ଆଧାରିତ ହୋଇଛି। ଯାହାକି ଭାରତୀୟ ରାଜନୀତିର ସବୁଠାରୁ ବଡ଼ ବିବାଦ ମଧ୍ୟରୁ ଗୋଟିଏ ରହିଛି। ବିକ୍ରାନ୍ତ ସିନେମାରେ ଜଣେ ସାମ୍ବାଦିକଙ୍କ ଭୂମିକାରେ ନିଭାଉଛନ୍ତି।
‘ଦ ସାବରମତି ରିପୋର୍ଟ’ ସିନେମାକୁ ନେଇ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନିଜର ସମର୍ଥନ ଜଣାଇ ଏକ୍ସରେ ଏକ ପୋଷ୍ଟ ସେୟାର କରିଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ପୋଷ୍ଟ ସେୟାର କରି ଲେଖିଥିଲେ, ଏହା ଏକ ଭଲ କଥା ଯେ ସତ୍ୟ ବାହାରକୁ ଆସୁଛି ଏବଂ ତାହା ମଧ୍ୟ ଏକ ରୂପରେ ଯାହାକୁ ସାଧାରଣ ଜନତା ଦେଖିପାରିବେ। ଏକ ଭୁଲ୍ କାହାଣୀ ଏବଂ ମିଛ କେବଳ ସୀମିତ ସମୟ ପାଇଁ ଚାଲିଥାଏ। ଶେଷରେ ସତ୍ୟ ପଦାକୁ ଆସିଥାଏ।’
ସିନେମା ରିଲିଜ ପରେ ବିକ୍ରାନ୍ତ ମେସି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟୁଇଟର ଏକ୍ସରେ ଏକ ଫଟୋ ସେୟାର କରାଯାଇଛି। ଯେଉଁଥିରେ ବିକ୍ରାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିତ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।
ତେବେ ନଭେମ୍ବର ୧୫ରେ ମୁକ୍ତିଲାଭ କରିଥିଲା ‘ଦ ସାବରମତି ରିପୋର୍ଟ’ର ନିର୍ଦ୍ଦେଶନା ଧୀରଜ ସରନା ଦେଇଥିବା ବେଳେ ଏକତା କପୁର ଏହାର ପ୍ରଡକ୍ସନ ଦାୟିତ୍ୱ ସମ୍ଭାଳିଛନ୍ତି।
Follow Us