ନାୟକ ଭୂମିକାରେ ଆସୁଛନ୍ତି ଏହି ଖଳନାୟକ

ନାୟକ ଭୂମିକାରେ ଆସୁଛନ୍ତି ଏହି ଖଳନାୟକ

ରକ୍‌ ପାତ୍ର ଓଲିଉଡର ଜଣେ ଜଣାଶୁଣା ଖଳନାୟକ । ତାଙ୍କୁ ଦର୍ଶକ ‘ମେଣ୍ଟାଲ୍‌’ ,‘ଲଭ୍‌ ଷ୍ଟେସନ୍‌’ ଏବଂ ତୁ ମୋ ହିରୋ ଭଳି ବେଶ୍‌ କେତୋଟି ଓଡ଼ିଆ ଛବିରେ ନେଗେଟିଭ୍‌ ରୋଲରେ ଦେଖା ଦେଇ ସାରିଲେଣି। ତେବେ ପ୍ରଥମ ଥର ଲାଗି ତାଙ୍କୁ ଦର୍ଶକ ଭେଟିବେ ନାୟକ ଭୂମିକାରେ। ଜଣେ ଖଳନାୟକକୁ ନାୟକ ସଜାଇ ପରଦାକୁ ଆଣିବାର ଦୁଃସାହସ କରିଛନ୍ତି ଅଭିନେତା ତଥା ନିର୍ମାତା ମିଟୁ ମିଥୁନ୍‌। ହଁ , ସେ ନବାଗତ ସଂଗ୍ରାମ ମହାନ୍ତିଙ୍କ ନିର୍ଦେଶିତ ପ୍ରଥମ ଛବି ‘ବାଜି ବାଜି ବାବାଜି’ ରେ ନାୟକ ଭାବେ ନଜର ଆସିବେ।

publive-image

ଏହି ଫିଲ୍ମରେ ନାୟିକା ବନିଛନ୍ତି ବଙ୍ଗୀୟ ସୁନ୍ଦରୀ ରତସି। ସିନେମାର କାହାଣୀ ଅନୁଯାୟୀ ରକଙ୍କ ପ୍ରେମରେ ରତସି ଉବୁଟୁବୁ। ହେଲେ ରକଙ୍କୁ ଆଦୌ ପସନ୍ଦ ନୁହେଁ ଯେ ତାଙ୍କର ପ୍ରେମିକା ଭଣ୍ଡବାବାଙ୍କ ଆଶ୍ରିତା ହେଉ। କିନ୍ତୁ ରତସି ବାବାଙ୍କ ପାଇଁ ଭୋଳ। ଯେତେ ବୁଝାଇଲେ ବି ସେ ବୁଝେନା । ଅବଶେଷରେ ବାବାଙ୍କ ଶୋଷଣର ଶିକାର ହୋଇଛି ପ୍ରେମିକା। ଏହାପରେ ପ୍ରେମିକା ରତସିକୁ ଆପଣାର କରନ୍ତି ନା ପ୍ରତ୍ୟାଖ୍ୟାନ କରନ୍ତି ତାହା ଜାଣିବାକୁ ହେଲେ ଆପଣଙ୍କୁ ‘ବାଜି ବାଜି ବାବାଜି’ ର ରିଲିଜକୁ ଅପେକ୍ଷା କରିବାକୁ ପଡ଼ିବ। ରତସୀଙ୍କ ଏହାର ଡେବ୍ୟୁ ଓଡ଼ିଆ ସିନେମା।‘ବାଜି ବାଜି ବାବାଜି’ ର ଅନ୍ୟ ପ୍ରମୁଖ କଳାକାର ହେଲେ ମୀନକେତନ, ପ୍ରତିଭା ପଣ୍ଡା ଏବଂ ବାଦଲ ମହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe