କେରଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ୫କୋଟି ଟଙ୍କା ସହାୟତା ଦେଇଛନ୍ତି କି?

Advertisment
କେରଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନି ୫କୋଟି ଟଙ୍କା ସହାୟତା ଦେଇଛନ୍ତି କି?

aajtak.intoday.in

ମୁମ୍ବାଇ : ୧୦୦ବର୍ଷର ଇତିହାସରେ ଘଟି ନଥିବା ଘଟଣାର ସାମ୍ନା କରୁଛି କେରଳ । ଲଗାଣ ବର୍ଷା ହେତୁ ବନ୍ୟା ପରିସ୍ଥିତି ଉପୁଜିବା ସହ ଏ ପର୍ଯ୍ୟନ୍ତ ୩୭୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇ ସାରିଲାଣି । କେରଳବାସୀଙ୍କ ସହାୟତା ପାଇଁ ଓଡ଼ିଶା ସହ ଅନେକ ରାଜ୍ୟ ସାହାଯ୍ୟର ହାତ ବଢ଼ାଉଥିବା ବେଳେ ବିଭିନ୍ନ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାର ମଧ୍ୟ ଏଥିରେ ପଛରେ ନାହାନ୍ତି । ପୂର୍ବରୁ ଶାହାରୁଖ୍‌ ଖାନ୍‌,ଅକ୍ଷୟ କୁମାର,ସାଉଥ୍‌ ସୁପରଷ୍ଟାର ସିଦ୍ଧାର୍ଥ, ତେଲୁଗୁ ସୁପରଷ୍ଟାର ଜୁନିୟର ଏନ୍‌ଟିଆର୍‌ କେରଳର ବନ୍ୟା ପ୍ରଭାବିତ ଅଞ୍ଚଳକୁ ସାହାଯ୍ୟର ହାତ ବଢ଼ାଇଥିବା ବେଳେ ଏବେ ସନ୍ନୀ ଲିଓନିଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସନ୍ନି କେରଳକୁ ୫କୋଟି ଟଙ୍କା ଦାନ କରିଥିବା ଖବର ଏବେ ଚର୍ଚ୍ଚା ବିଷୟ ପାଲଟିଛି । ଟ୍ଵିଟର ଏବଂ ଫେସ୍‌ବୁକ୍‌ରେ ଏବେ ଏହି ଖବରକୁ ନେଇ ଚର୍ଚ୍ଚା ଚାଲିଛି ।

ସନ୍ନି ଲିଓନି ଏହି ଖବର ସାର୍ବଜନୀନ କରି ନ ଥିବା ବେଳେ ଜଣେ ଟ୍ଵିଟର ବ୍ୟବହାରକାରୀ ସନ୍ନି ୫କୋଟି ଦାନ କରିଥିବା ନେଇ ଟ୍ଵିଟ୍‌ କରିବା ପରେ ଏହି ଖବର ସାମ୍ନାକୁ ଆସିଛି । ‘ତୁମେ କାଲି କ’ଣ ଥିଲ ତାହା ଜରୁରୀ ନୁହେଁ,ତୁମେ ଆଜି କ’ଣ ତାହା ଜରୁରୀ,ଜଣେ ମହିଳା ଯିଏ ୩ଟି ଅନାଥ ଶିଶୁଙ୍କୁ ଆପଣାଇବା ସହ ଏବେ କେରଳର ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ୫କୋଟି ଟଙ୍କା ଦେଇଛନ୍ତି ବୋଲି ଲେଖି ଟ୍ଵିଟ୍‌ କରିଛନ୍ତି । ଏହି ଟ୍ଵିଟ୍‌ ଆସିବା ପରେ ଖବରରେ କେତେ ସତ୍ୟତା ରହିଛି ସେ ନେଇ ସନ୍ନି ଏବଂ ତାଙ୍କ ସ୍ୱାମୀ ଡ଼ାନିଏଲଙ୍କୁ ପଚରାଯିବା ପରେ ସେମାନେ କୌଣସି ପ୍ରତିକ୍ରିୟା ରଖି ନଥିଲେ । ପରେ ଏ ନେଇ ସନ୍ନିଙ୍କ ମ୍ୟାନେଜରଙ୍କୁ ପଚରାଯିବା ପରେ ସନ୍ନି ଦାନ କରିଛନ୍ତି ବୋଲି ଜଣାପଡ଼ିଥିଲା। କିନ୍ତୁ କେତେ ଟଙ୍କା ଦାନ କରିଛନ୍ତି ତାହା ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି କହିଥିଲେ । ତେବେ ପ୍ରକୃତରେ ସନ୍ନି କେତେ ଟଙ୍କା ଦାନ କରିଛନ୍ତି ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe