ଯେତେବେଳେ ଲାଜୁଆ ବରଙ୍କୁ ମିଳନ୍ତି ଟିକେ ଆଧୁନିକା କନ୍ୟା! ଇଣ୍ଟ୍‌ରନେଟ୍‌ରେ ଭିଡିଓ ଭାଇରାଲ୍

Advertisment
ଯେତେବେଳେ ଲାଜୁଆ ବରଙ୍କୁ ମିଳନ୍ତି ଟିକେ ଆଧୁନିକା କନ୍ୟା! ଇଣ୍ଟ୍‌ରନେଟ୍‌ରେ ଭିଡିଓ ଭାଇରାଲ୍

www.india.com

ନୂଆଦିଲ୍ଲୀ: କରୋନା ପାଇଁ ଗୁଡ଼ାଏ ବିବାହ ଅଟକି ରହିଥିବା ବେଳେ ଏବେ କଟକଣା କୋହଳ ହେବା ପରେ ଅନେକ ମଜାଦାର୍‌ ବିବାହ ହେଉଥିବାର ଦେଖିବାକୁ ମିଳୁଛି। ନିକଟରେ ଏପରି ଏକ ବିବାହର ଭିଡିଓ ଭାଇରାଲ୍‌ ହୋଇଛି ଯାହାକୁ ଦେଖିବା ପରେ ଆପଣ ନିଜର ହସ ରୋକିପାରିବେ ନାହିଁ।

ଭିଡିଓରେ ଦେଖିବାକୁ ମିଳିଛି ମଣ୍ଡପ ଉପରେ ଉଭୟ ବର କନ୍ୟା ଉପସ୍ଥିତ ଥିବା ବେଳେ କନ୍ୟା ଜଣକ ସର୍‌ପ୍ରାଇଜ୍‌ ଡ୍ୟ‌ାନ୍ସ ପର୍ଫର୍‌ମାନ୍ସ(ନୃତ୍ୟ ପରିବେଶଷ) କରୁଛନ୍ତି। ବର ଜଣକ ଖୁବ୍ ଲାଜୁଆ ସ୍ବଭାବର ହୋଇଥିବା ବେଳେ କନ୍ୟା ଜଣକ ଟିକେ ଆଧୁନିକା ଲାଗୁଛନ୍ତି। କନ୍ୟାଙ୍କ ନାଚ ଦେଖି ବର ଜଣକ ଲାଜରେ ମୁହଁରେ ହାତ ଦେଇ ଦଉଥିବା ବେଳେ କନ୍ୟା କିନ୍ତୁ ଜମା ବି ନଅଟକି ନାଚି ଚାଲିଛନ୍ତି। ଏହି ସମୟର ଭିଡିଓ ଏବେ ଇଣ୍ଟର୍‌ନେଟ୍‌ରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି।

କନ୍ୟା ଜଣକ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ ଅନ୍‌ସୁଲ୍‌ ଚ‌ୌହ୍ବାନ। ସେ ଶୁଭମ୍‌ ମଙ୍ଗଲ ସାବଧାନ(୨୦୧୭) ଜିରୋ(୨୦୧୮), ବିଚୋ କା ଖେଲ୍‌(୨୦୨୦) ଆଦି ଚଳଚ୍ଚିତ୍ରରେ ନଜର ଆସିଛନ୍ତି।

ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ୱିଟି ୱେଡିଂ ନାମକ ଏକ ଆକାଉଣ୍ଟ୍‌ରେ ପୋଷ୍ଟ୍ ହୋଇଛି। ଏହାକୁ ପାଖାପାଖି ୬ ହଜାର ଲାଇକ୍‌ ମିଳି ସାରିଲାଣି। ସେ ବଲିଉଡ୍ ଗୀତ ‘ଆଇଲା ରେ ଆଇଲା’ରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛନ୍ତି। କନ୍ୟା ଜଣକ ଜୟମାଳା ପୂର୍ବରୁ ଏପରି କରିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe