ପ୍ରେମ ଦିବସରେ ପ୍ରେମୀଙ୍କ କଥା: ଆପଣ ଜାଣନ୍ତି କି ବିରାଟ-ଅନୁଷ୍କାଙ୍କ ସଂପର୍କ ଏବେକାର ନୁହେଁ, ପିଲାଦିନର?

ପ୍ରେମ ଦିବସରେ ପ୍ରେମୀଙ୍କ କଥା: ଆପଣ ଜାଣନ୍ତି କି ବିରାଟ-ଅନୁଷ୍କାଙ୍କ ସଂପର୍କ ଏବେକାର ନୁହେଁ, ପିଲାଦିନର?

SpotboyE

ମୁମ୍ବାଇ: ଆଜି ପ୍ରେମ ଦିବସ। ଆଜିର ଦିନରେ‌ ମନକୁ ଆସନ୍ତି ବଲିଉଡ୍‌ର ଅନେକ କୌତୂକିଆ ଯୋଡ଼ି। ସେହି ଯୋଡ଼ିମାନଙ୍କ ଭିତରୁ କ୍ରିକେଟ୍‌ ତାରକା ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା ଅନ୍ୟତମ। ଆପଣ ଯଦିଓ ଏକଥା ଜାଣିଛନ୍ତି ଯେ ବିରାଟ ଓ ଅନୁଷ୍କାଙ୍କର ପ୍ରେମ ବିବାହ। ମାତ୍ର ଏକଥା ହୁଏତ ଜାଣିନଥିବେ ଯେ ସେମାନେ ଦୁହେଁ ଦୁହିଁଙ୍କୁ ପିଲାଦିନରୁ ଜାଣନ୍ତି।

ଉତ୍ତରଖଣ୍ଡର ଝିଅ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜେଜେମାଆ ଉର୍ମିଳାଙ୍କ କହିବା କଥା ହେଲା, ‘ଅନୁଷ୍କା ଓ ବିରାଟ ଦୁହେଁ ଦୁହିଁଙ୍କୁ ଆଜି ନୁହେଁ, ପିଲାଦିନରୁ ଜାଣନ୍ତି। ପୂରା ପରିବାର ବିରାଟଙ୍କୁ ଭଲ ଭାବେ ଜାଣିଥିଲେ। ଅନୁଷ୍କା ଛୋଟ ଥିବା ବେଳେ ବିରାଟ ମା’ଙ୍କ ଘରକୁ  ଯିବାଆସିବା କରୁଥିଲେ। ଅନୁଷ୍କା ତାଙ୍କ ସହ କ୍ରିକେଟ୍‌ ଖେଳୁଥିଲା। ଖାଲି ସେତିକି ନୁହେଁ, ଅନୁଷ୍କାର ଭାଇ କ‌ର୍ଣ୍ଣେଶ ବି କିଛି ଦିନ ବିରାଟଙ୍କ ଟିମ୍‌ରେ ରହି କ୍ରିକେଟ୍‌‌ ଖେଳିଛି। ସେ ଦୁହିଁଙ୍କର ପୂର୍ବରୁ ପାରିବାରିକ ସଂପର୍କ ଥିଲା, ଯାହାକି ପରବର୍ତ୍ତୀ ମୁହୂର୍ତ୍ତରେ ବିବାହରେ ବଦଳିଛି।’

publive-image BollywoodShaadis.com

ଅନୁଷ୍କାଙ୍କ ଜ‌େଜେମାଆ ଆହୁରି ବି କହିଛନ୍ତି ଯେ ବିରାଟ ଖୁବ୍ ଭଲ। ତାଙ୍କୁ ତାଙ୍କ ପରିବାରରେ ସମସ୍ତେ ଭଲପାଆନ୍ତି। ବିରାଟଙ୍କ ସହ ଅନୁ‌ଷ୍କାଙ୍କ ବିବାହ କରାଇବାକୁ କେହି ବି ଅରାଜି ନଥିଲେ। ବିରାଟଙ୍କୁ ଜ୍ବାଇଁ ଭାବେ ପାଇ ସମେସ୍ତ ବେଶ୍‌ ଖୁସି।

ଆପଣଙ୍କର ମନେଥିବ ନିଶ୍ଚୟ ଯେ ୨୦୧୭ ମସିହା ଡିସେମ୍ବର ମାସରେ ସମସ୍ତ ପ୍ରଶଂସକଙ୍କ ଠାରୁ ବହୁ ଦୂରକୁ ଯାଇ ସେଲିବ୍ରେଟି ଯୋଡ଼ି ଇଟାଲିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe