ଚଳିତବର୍ଷ ଟ୍ବିଟର୍‌ରେ ସବୁଠାରୁ ଅଧିକ ଲାଇକ୍‌ ପାଇଛି ବିରାଟଙ୍କ ଏହି ପୋଷ୍ଟ୍‌

Advertisment
ଚଳିତବର୍ଷ ଟ୍ବିଟର୍‌ରେ ସବୁଠାରୁ ଅଧିକ ଲାଇକ୍‌ ପାଇଛି ବିରାଟଙ୍କ ଏହି ପୋଷ୍ଟ୍‌

ମୁମ୍ବାଇ: ସୋସିଆଲ୍‌ ମିଡିଆରେ ସଦା ସକ୍ରିୟ ରହି ଆସିଥିବା ଦମ୍ପତିଙ୍କ ମଧ୍ୟରୁ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ତାଙ୍କ କ୍ରିକେଟର୍‌ ସ୍ବାମୀ ବିରାଟ କୋହଲି ଅନ୍ୟତମ। ଏହି ଯୋଡ଼ି ସେମାନଙ୍କ ପ୍ରେମ ସଂପର୍କରୁ ନେଇ, ବିବାହ ଓ ଅନୁଷ୍କାଙ୍କ ଗର୍ଭଧାରଣ ଆଦି ସମସ୍ତ କଥାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହି ଆସିଛନ୍ତି।

ତେବେ ୨୦୨୦ ମସିହାରେ ସୋସିଆଲ୍‌ ମିଡିଆରେ ଅନୁଷ୍କାଙ୍କ ଗର୍ଭଧାରଣ ପୋଷ୍ଟ୍‌ ସମସ୍ତ ରେକର୍ଡକୁ ଭଙ୍ଗ କରିଛି। ହସ୍ତଗତ ହୋଇଥିବା ରିପୋର୍ଟ ଅନୁସାରେ ଏହା ହେଉଛି ୨୦୨୦ ମସିହାର ସବୁଠାରୁ ଅଧିକ ଲାଇକ୍‌ ପାଇଥିବା ଟ୍ବିଟ୍‌।

ଟ୍ବିଟର୍‌ ଇଣ୍ଡିଆ ପକ୍ଷରୁ ଏ ନେଇ ଟ୍ବିଟ୍‌ କରାଯାଇ ସୂଚନା ଦିଆଯାଇଛି। ବିରାଟ ତାଙ୍କ ପତ୍ନୀ ଅନୁଷ୍କାଙ୍କ ଗର୍ଭଧାରଣ ଖବର ପ୍ରଥମେ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର୍‌ରେ ଦେଇଥିଲେ। ସେ ଅନୁଷ୍କା ଓ ତାଙ୍କର ଏକ ଫଟୋ ଦେଇ କ୍ୟାପ୍‌ସନ ଲେଖିଥିଲେ, ‘ଆମେ ତିନି ହୋଇଯିବୁ, ୨୦୨୧ ମସିହା ଜାନୁଆରି ମାସରେ ସେ ଆସୁଛି।’ ଫଟୋରେ ଅନୁଷ୍କା ଏକ କଳା ପୋଷାକ ପିନ୍ଧିଥିବା ବେଳେ ବିରାଟ ଧଳା ପୋଷାକରେ ତାଙ୍କ ପଛରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe