ଭ୍ୟାଲେଣ୍ଟାଇନ୍‌ ଡେ’ରେ ଅନୁଷ୍କାଙ୍କ ପିତା ଝିଅ ଓ ଜ୍ୱାଇଁଙ୍କୁ ଦେବେ ଏହି ଉପହାର

Advertisment
ଭ୍ୟାଲେଣ୍ଟାଇନ୍‌ ଡେ’ରେ ଅନୁଷ୍କାଙ୍କ ପିତା ଝିଅ ଓ ଜ୍ୱାଇଁଙ୍କୁ ଦେବେ ଏହି ଉପହାର

ନୂଆଦିଲ୍ଲୀ: ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବିବାହକୁ ନେଇ ଚର୍ଚ୍ଚା ଚାଲିଥିଲା। ଏହା ଚର୍ଚ୍ଚା ଥମି ନଥିଲା ବେଳେ ଏବେ ଅନୁଷ୍କାଙ୍କ ସିନେମା ଓ ବିରାଟଙ୍କ ବ୍ୟାଟିଂଙ୍କୁ ନେଇ ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଅନୁଷ୍କାଙ୍କ ପିତା ଦୁହିଁଙ୍କ ପାଇଁ ଖାସ୍‌ ଉପହାର ଦେବାର ଯୋଜନା ରଖିଛନ୍ତି ବୋଲି ଶୁଣିବାକୁ ମିଳୁଛି।

publive-image

ଅନୁଷ୍କାଙ୍କ ପିତା ଅବସରପ୍ରାପ୍ତ କର୍ଣ୍ଣଲ ଅଜୟ ଶର୍ମା। ସେ କିଛିଦିନ ତଳେ ବାନ୍ଦ୍ରାରେ ଏକ ପୁସ୍ତକ ଉନ୍ମୋଚନରେ ଯୋଗ ଦେଇଥିଲେ। ଏହି ପୁସ୍ତକଟି ଏକ ପ୍ରେମ କବିତାର ଥିଲା। ଯାହାକୁ ତେଜସ୍ୱୀ ଦିବ୍ୟା ନାଇକ ଲେଖିଛନ୍ତି। ଏହି ପ୍ରେମ କବିତା ପୁରସ୍ତକଟିକୁ ଦେଖୁ ଦେଖୁ ଅନୁଷ୍କାଙ୍କ ପିତା ବିରୁଷ୍କାଙ୍କୁ ଏହା ଉପହାର ବାବଦରେ ଦେବେ ବୋଲି ସ୍ଥିର କରି ଦେଇଥିଲେ। କାରଣ ବିବାହ ପରେ ବିରୁଷ୍କାଙ୍କ ଏହା ପ୍ରଥମ ଭ୍ୟାଲେଣ୍ଟାଇନ୍‌ ଡେ’। କାମର ବ୍ୟସ୍ତତା ହେତୁ ଦୁହେଁ ଏବେ ସାଥୀରେ ରହି ପାରୁନାହାନ୍ତି।

publive-image

ଅନୁଷ୍କା ତାଙ୍କର ଆଗାମୀ ସିନେମାର ଟିଜର ପାଇଁ ଚର୍ଚ୍ଚାରେ ଅଛନ୍ତି। ସେପଟେ ବିରାଟ ସାଉଥ ଆଫ୍ରିକା ବିପକ୍ଷରେ ଜବରଦସ୍ତ ମ୍ୟାଚ ଖେଳୁଛନ୍ତି। ବିରାଟଙ୍କ ସଫଳତା ଦେଖି ଅନୁଷ୍କାଙ୍କ ପିତା ଜ୍ୱାଇଁଙ୍କ ଫଟୋକୁ ଟୁଇଟର ସେୟାର ମଧ୍ୟ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe