ମନ ବଦଳାଇଲେ କୋହଲି; ଅନୁଷ୍କାଙ୍କୁ ନେଇ ଓର୍‌ଲିରେ ନୁହେଁ, ବାନ୍ଦ୍ରାରେ କରିବେ ସଂସାର

୩୪ କୋଟିର ଘର କିଣା ଚୁକ୍ତି ରଦ୍ଦ କଲେ

ମନ ବଦଳାଇଲେ କୋହଲି; ଅନୁଷ୍କାଙ୍କୁ ନେଇ ଓର୍‌ଲିରେ ନୁହେଁ, ବାନ୍ଦ୍ରାରେ କରିବେ ସଂସାର

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ନିକଟରେ ତାଙ୍କ ମନ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ ମୁମ୍ବାଇର ଓର୍‌ଲିଠାରେ ୩୪ କୋଟି ଟଙ୍କା ଦେଇ ଯେଉଁ ଆପାର୍ଟମେଣ୍ଟ୍‌ କିଣିଥାନ୍ତେ ତାହାକୁ ଆଉ କିଣିବେ ନାହିଁ ବୋଲି ଜାଣିବାକୁ ମିଳିଛି। ୩୪ କୋଟିର ଘର କିଣା ଚୁକ୍ତିକୁ ବିରାଟ ରଦ୍ଦ କରି ଦେଇଛନ୍ତି।

୨୦୧୬ ମସିହା ଜୁନ୍‌ ମାସରେ କୋହଲି ୩୫ ମହଲା ଉପରେ ଥିବା ୭୦୦୦ବର୍ଗଫୁଟ୍‌ର ସେହି ଆପାର୍ଟମେଣ୍ଟ୍‌କୁ କିଣିବାକୁ ସ୍ଥିର କରି ଚୁକ୍ତି କରିଥିଲେ।

publive-image

ବର୍ତ୍ତମାନ ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨୯ ବର୍ଷିଅ ନବବିବାହିତ ଏହି କ୍ରିକେଟ୍‌ ତାରକା ଓର୍‌ଲିଠାରେ ଘର କିଣିବାର ମନ ବଦଳାଇ ମୁମ୍ବାଇର ପଶ୍ଚିମାଞ୍ଚଳ ବାନ୍ଦ୍ରା କିମ୍ବା ଭେରସୋଭାଠାରେ ଘର କିଣିବାକୁ ଚିନ୍ତା କରିଛନ୍ତି।

ଗତ କିଛି ମାସ ତଳେ ବିଦେଶରେ ବିରାଟ ଅଭିନେତ୍ରୀ ଅନୁଷ୍କାଙ୍କୁ ବିବାହ କରି ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଥିଲେ। ନିକଟରେ ନବବିବାହିତ ବିରୁଷ୍କା ଓର୍‌ଲିଠାରେ ଏକ ସମୁଦ୍ର ଦୃଶ୍ୟ ଦିଶୁଥିବା ଆପାର୍ଟମେଣ୍ଟ୍‌ ଭଡ଼ାରେ ନେଇଛନ୍ତି। ଏଥିପାଇଁ ସେମାନେ ମାସକୁ ୧୫ ଲକ୍ଷ ଟଙ୍କା ଭଡ଼ା ଦେବାକୁ ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe