ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଆଜିକାଲି ଆଇପିଏଲ ୨୦୨୫ରେ ତାଙ୍କ ପ୍ରଦର୍ଶନ ସହିତ ଧମାଲ କରୁଛନ୍ତି। ଗୁରୁବାର କ୍ରିକେଟର ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜନ୍ମଦିନ ମଧ୍ୟ ପାଳନ କରିଥିଲେ। କିନ୍ତୁ ଏଥର ଏହି କ୍ରିକେଟର ଅନ୍ୟ ଏକ କାରଣରୁ ଚର୍ଚ୍ଚାରେ ଅଛନ୍ତି। ଶୁକ୍ରବାର ବିରାଟଙ୍କ ନାମର ଏକ ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା, ଯେଉଁଥିରେ ଦେଖାଯାଇଥିଲା ଯେ, ସେ ଜଣେ ଟିଭି ଅଭିନେତ୍ରୀଙ୍କ ଗ୍ଲାମରସ୍ ଫଟୋକୁ ଲାଇକ୍ କରିଛନ୍ତି।
ବିରାଟ କୋହଲି ଇନଷ୍ଟାଗ୍ରାମରେ ଟିଭି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ୍ କରିଥିବାର କିଛି ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ବିରାଟ କୋହଲିଙ୍କ ଆକାଉଣ୍ଟ ନାମ ସେହି ପୋଷ୍ଟର "ଲାଇକ୍" ବିଭାଗରେ ଦୃଶ୍ୟମାନ ହେଉଥିଲା। କିଛି ଏହାକୁ ବିଶ୍ବାସ କରିପାରୁନଥିବା ବେଳେ ଭୁଲରେ ଏଭଳି ହୋଇଥାଇପାରେ ବୋଲି କହିଥିଲେ। ଏବେ ବିରାଟ ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି ଯେ, 'ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ, 'ଇନଷ୍ଟା ଫିଡ୍' ସଫା କରିବା ସମୟରେ ବୋଧହୁଏ 'ଆଲଗୋରିଦମ' ଭୁଲବଶତଃ ଏକ ଏହା କରିଛି। ଏହା ପଛରେ ମୋର କୌଣସି ଉଦ୍ଦେଶ୍ୟ ନାହିଁ। ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, କୌଣସି ଅନାବଶ୍ୟକ ଅନୁମାନ କରନ୍ତୁ ନାହିଁ। ଜିନିଷଗୁଡ଼ିକ ବୁଝିବା ପାଇଁ ଧନ୍ୟବାଦ।'
Follow Us