ରଣବୀରଙ୍କୁ ଅନଫଲୋ କଲେ ବିରାଟ କୋହଲି !

କମେଡିଆନ ସମୟ ରାଇନାଙ୍କ ସୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ବିବାଦୀୟ ମନ୍ତବ୍ୟ ଦେବା ପରେ ରଣବୀର ଆଲ୍ଲାହାବାଦିଆ ଏବେ ଚର୍ଚ୍ଚାରେ ଅଛନ୍ତି। କ୍ରିକେଟର ବିରାଟ କୋହଲି ତାଙ୍କୁ ଅନଫଲୋ କରିଥିବା ଜଣାଯାଇଛି।

viratyu

ମୁମ୍ବାଇ: କମେଡିଆନ ସମୟ ରାଇନାଙ୍କ ସୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟରେ ବିବାଦୀୟ ମନ୍ତବ୍ୟ ଦେବା ପରେ ରଣବୀର ଆଲ୍ଲାହାବାଦିଆ ଏବେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆଠାରୁ ଆରମ୍ଭ କରି ରାସ୍ତା ପର୍ଯ୍ୟନ୍ତ, ସମସ୍ତେ ତାଙ୍କ ବିଷୟରେ ଆଲୋଚନା କରୁଛନ୍ତି। ବିବାଦୀୟ ପ୍ରଶ୍ନ ପାଇଁ ରଣବୀରଙ୍କୁ ବହୁତ ସମାଲୋଚନା କରାଯାଉଛି। କେବଳ ଏତିକି ନୁହେଁ, ତାଙ୍କର ସମସ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି।

ଦେଶର ବିଭିନ୍ନ କୋଣରେ ତାଙ୍କ ବିରୋଧରେ ଏତଲା ରୁଜୁ ହେଉଥିବା ବେଳେ ଲୋକମାନେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ୟୁଟ୍ୟୁବର ରଣବୀର କ୍ଷମା ପ୍ରାର୍ଥନା କରିଥିଲେ ବି ଏହାର କୌଣସି ପ୍ରଭାବ ଲୋକଙ୍କ ଉପରେ ପଡ଼ିନାହିଁ। ଏ ମଧ୍ୟରେ ଚର୍ଚ୍ଚା ହେଉଛି ଯେ, ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଇନଷ୍ଟାଗ୍ରାମରେ ରଣବୀର ଆଲ୍ଲାବାଦିଆଙ୍କୁ ଅନଫଲୋ କରିଛନ୍ତି। କିଛି ବର୍ଷ ପୂର୍ବେ, ରଣବୀର ଏକ କାର୍ଯ୍ୟକ୍ରମରେ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ଏକ ଫଟୋ କ୍ଲିକ୍ କରିଥିଲେ।

ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ବିରାଟ କୋହଲିଙ୍କ ଫଲୋୟର୍ସ ତାଲିକାର ସ୍କ୍ରିନସଟ୍ ସେୟାର କରିଛନ୍ତି, ଯାହା  ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ବିରାଟ ପୂର୍ବରୁ ରଣବୀରଙ୍କୁ ଫଲୋ କରିଥିଲେ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe