ଏହି ଟେଲି ଅଭିନେତ୍ରୀଙ୍କ ଫଟୋ ଲାଇକ୍ କରି ଚର୍ଚ୍ଚାରେ ବିରାଟ !

wet

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ଖେଳାଳି ବିରାଟ କୋହଲି ଆଜିକାଲି ଆଇପିଏଲ ୨୦୨୫ରେ ତାଙ୍କ ପ୍ରଦର୍ଶନ ସହିତ ଧମାଲ କରୁଛନ୍ତି। ଗତକାଲି, କ୍ରିକେଟର ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜନ୍ମଦିନ ମଧ୍ୟ ପାଳନ କରିଥିଲେ। କିନ୍ତୁ ଏଥର ଏହି କ୍ରିକେଟର ଅନ୍ୟ ଏକ କାରଣରୁ ଚର୍ଚ୍ଚାରେ ଅଛନ୍ତି। ବିରାଟଙ୍କ ନାମର ଏକ ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଉଛି ଯେ ସେ ଜଣେ ଟିଭି ଅଭିନେତ୍ରୀଙ୍କ ଗ୍ଲାମରସ୍ ଫଟୋକୁ ଲାଇକ୍ କରିଛନ୍ତି।

ସୋସିଆଲ ମିଡିଆରେ କିଛି ବ୍ୟବହାରକାରୀ ଦାବି କରୁଛନ୍ତି ଯେ, ବିରାଟ କୋହଲି ଇନଷ୍ଟାଗ୍ରାମରେ ଟିଭି ଅଭିନେତ୍ରୀ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ୍ କରିଛନ୍ତି, ଯାହାକୁ ଅଭିନେତ୍ରୀଙ୍କ ଫ୍ୟାନ୍ ପେଜରେ ପୋଷ୍ଟ କରାଯାଇଛି। ଏହାର କିଛି ସ୍କ୍ରିନସଟ୍ ଅନଲାଇନରେ ଭାଇରାଲ ମଧ୍ୟ ହେଉଛି, ଯେଉଁଥିରେ ବିରାଟ କୋହଲିଙ୍କ ଆକାଉଣ୍ଟ ନାମ ସେହି ପୋଷ୍ଟର "ଲାଇକ୍" ବିଭାଗରେ ଦୃଶ୍ୟମାନ ହେଉଛି।

ଏହି ପୋଷ୍ଟ ଭାଇରାଲ ହେବା ମାତ୍ରେ ବ୍ୟବହାରକାରୀମାନେ ମଧ୍ୟ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, 'ଏହା ଭୁଲବଶତଃ ହୋଇଥାଇପାରେ।' ଆଉ ଜଣେ ଲେଖିଛନ୍ତି, "ହୁଏତ ତାଙ୍କ ମ୍ୟାନେଜର ଏହାକୁ ଲାଇକ୍ କରିଛନ୍ତି।" ଅନ୍ୟଜଣେ ଲେଖିଛନ୍ତି, 'ଏବେ ଏହି ଅଭିନେତ୍ରୀ ଲୋକପ୍ରିୟ ହୋଇଯିବେ।' ଆଉ ଜଣେ ଲେଖିଛନ୍ତି, 'ଏହା ଅବନୀତଙ୍କ ପାଇଁ ଏକ ସଫଳତା।'

ହେ‌ଲେ ବିରାଟ କୋହଲି ପ୍ରକୃତରେ ଏହାକୁ ଲାଇକ୍ କରିଛନ୍ତି କି ନାହିଁ ବୋଲି ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ। ଅଭିନେତ୍ରୀଙ୍କ ଫ୍ୟାନ ପେଜ୍ ଏହି ଦାବି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe