ଆଜି ସଂଧ୍ୟା ୮ଟାରେ ଫେସ୍‌ବୁକ୍‌ ଓ ଜୁମ୍ ‌ଜରିଆରେ ଦେଖନ୍ତୁ ‘ନାରୀ ଅଦ୍ବିତୀୟ’ର ଭର୍ଚୁଆଲ୍ ନାଟକ ‘ଅବସାଦ’

Advertisment
ଆଜି ସଂଧ୍ୟା ୮ଟାରେ ଫେସ୍‌ବୁକ୍‌ ଓ ଜୁମ୍ ‌ଜରିଆରେ ଦେଖନ୍ତୁ ‘ନାରୀ ଅଦ୍ବିତୀୟ’ର ଭର୍ଚୁଆଲ୍ ନାଟକ ‘ଅବସାଦ’

ଭୁବନେଶ୍ବର:  ଆମେ ଏଭଳି ଏକ ସମୟ ଦେଇ ଗତି କରୁଛେ ଯେଉଁଠି ଏକାକୀତ୍ବବୋଧ ଏବଂ ଦରମାକାଟ ଭଳି ସମସ୍ୟା କ୍ରମଶଃ  ‌କୋଭିଡ୍‌-୧୯ର ପ୍ରତିଶବ୍ଦ ପାଲଟି ଯାଉଛି। ପରିସ୍ଥିତିର ଚାପରେ ଆମେ ଅବସାଦଗ୍ରସ୍ତତା, ଆତ୍ମହତ୍ୟା ଭଳି ସଂକଟଜନକ ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସାମ୍ନା କରୁଛେ। ଏହି ପ୍ରେକ୍ଷାପଟ୍ଟରେ ‘ନାରୀ ଅଦ୍ବିତୀୟ’ ପ୍ରସ୍ତୁତ କରୁଛି ସାଂପ୍ରତିକ ସମସ୍ୟା ସମ୍ବଳିତ ଭର୍ଚୁଆଲ୍‌ ନାଟକ ‘ଅବସାଦ’।

ମହିଳା ସଂଗଠନ ‘ନାରୀ ଅଦ୍ବିତୀୟ’ର ସଦସ୍ୟାମାନଙ୍କ ଦ୍ବାରା ଅଭିନୀତ ଏହି ଭର୍ଚୁଆଲ୍‌ ନାଟକଟିକୁ ରଚନା କରିବା ସହ ନିର୍ଦ୍ଦେଶନା ଦେଇଛନ୍ତି ସୁଜାତା ପ୍ରିୟଦର୍ଶିନୀ। ‘ପରିଚୟ’ ଫାଉଣ୍ଡେସନ୍‌ର ସହଯୋଗିତାରେ ପରିବେଷିତ ‘ଅବସାଦ’ର  କଥାବସ୍ତୁ ଓ ନିଷ୍କର୍ଷ ଏଭଳି। ବର୍ତ୍ତମାନ ଦେଖା ଦେଇଥିବା ଭୟର ବାତାବରଣ ଏବଂ ପରିସ୍ଥିତିର ଚାପରେ ସୃଷ୍ଟି ହୋଇଥିବା ଏକାକୀତ୍ବବୋଧ ମଣିଷ ଭିତରେ କିଛି ମାତ୍ରାରେ ଅବସାଦଗ୍ରସ୍ତତା ସୃଷ୍ଟି କରିଛି। ଆଉ ଏହା ସ୍ବାଭାବିକ। ସମାଜର ଭିନ୍ନ ଭିନ୍ନ କ୍ଷେତ୍ରରୁ ଆସିଥିବା ମହିଳାମାନେ ଉପସ୍ଥାପିତ କରିବେ କିଭଳି ଛୋଟ ଛୋଟ ଉଦ୍ୟମ ଦ୍ବାରା ଅବସାଦରୁ ସହଜରେ ମୁକୁଳି ହେବ।

ଆଜି ସଂଧା ୮ଟା ସମୟରେ ଜୁମ୍‌ ୱେବିନାର ଏବଂ ଫେସ୍‌ବୁକ୍‌ ଲାଇଭ୍‌ ମାଧ୍ୟମରେ ପ୍ରଦର୍ଶିତ ହେବ ଭର୍ଚୁଆଲ୍‌ ନାଟକ ‘ଅବସାଦ’। ଆପଣ ଏହି ଲିଙ୍କ ( https://us02web.zoom.us/webinar/register/WN_z3gjuf6bRrWbM1L616Ay1g ) ଜରିଆରେ ନାମ ପଞ୍ଜିକରଣ କରି ନାଟକଟିକୁ ଉପଭୋଗ କରିପାରିବେ । ଏହି ଲିଙ୍କ୍‌କୁ ଖୋଲି ସେଠାରେ ନାମ ପଞ୍ଜିକରଣ କରିବା ପରେ ଆପଣଙ୍କୁ ଏକ କନ୍‌ଫର୍ମେସନ୍‌ ମେଲ୍‌ ମିଳିବ। ସେଥି‌ରେ କିପରି ୱେବିନାରରେ ଯୋଗ ଦେଇପାରିବେ ତାହା ଆପଣଙ୍କୁ ସୂଚିତ କରାଯିବ। ସେହିପରି ପରିଚୟ ଫାଉଣ୍ଡେସନ୍‌ର ଫେସବୁକ୍ ପେଜରେ ଏହା ଲାଇଭ୍ ହେବ।

‘ନାରୀ ଅଦ୍ବିତୀୟ’ ଅଧ୍ୟକ୍ଷା ଡକ୍ଟର ରାଜଲକ୍ଷ୍ମୀ ରଥ, ନିର୍ଦ୍ଦେଶିକା ତଥା ଲେଖିକା ସୁଜାତା ପ୍ରିୟଦର୍ଶିନୀ, ସଂଗଠନର ପରାମର୍ଶଦାତା ଶୁଭଲକ୍ଷ୍ମୀ ମିଶ୍ର, ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ପ୍ରଫେସର୍‌ ଶ୍ରଦ୍ଧା ପାଢ଼ୀ, ଉଦ୍ୟୋଗୀ ଗାର୍ଗୀ ଭଟ୍ଟାଚାର୍ଯ୍ୟ, ଶିକ୍ଷାବିତ୍‌ ସୋନି ରଥ, ଗଣମାଧ୍ୟମ ବ୍ୟକ୍ତିତ୍ବ ତନୟା ପଟ୍ଟନାୟକ, ଅଭିନେତ୍ରୀ ବର୍ଷା ପଟ୍ଟନାୟକ, ସମ୍ବାଦପତ୍ର ସଂପାଦିକା ଅନ୍ନପୂର୍ଣ୍ଣା ଦାଶ,  ଇଣ୍ଟେରିୟର୍‌ ଡିଜାଇନର୍‌ ରେବତୀ ପାଣି, ସାମାଜ ବିଜ୍ଞାନୀ ଡକ୍ଟର ସୁଚିତା ପ୍ରିିୟବ‌ୋଧିନୀ, ଉଦ୍ୟୋଗୀ ପ୍ରିୟଦର୍ଶିନୀ ସୁମିତ୍ରା ଲେଙ୍କା, ପ୍ରଫେସର୍‌ ସଂଘମିତ୍ରା ଜେନା, ଗୃହିଣୀ ତଥା ଶିକ୍ଷାବିତ୍‌ ରୀତା ତ୍ରିପାଠୀ ପତି, ସିତାରବାଦିକା ସୀମା ପଟ୍ଟନାୟକ, ଶିକ୍ଷାବିତ୍‌ ଡକ୍ଟର ପ୍ରଣତୀ ଦାସ, ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ‌ରୋଜାଲିନ୍‌ ପାଟସାଣୀ ମିଶ୍ର ପ୍ରମୁଖ ଏହି ନାଟକରେ ଅଂଶ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe