ନିର୍ମାତା-ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ଛାଡ଼ିଲେ ଈଶାନ୍‌ ଖଟ୍ଟର, ଜାଣନ୍ତୁ କାରଣ

Advertisment
ନିର୍ମାତା-ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ଫିଲ୍ମ ଛାଡ଼ିଲେ ଈଶାନ୍‌ ଖଟ୍ଟର, ଜାଣନ୍ତୁ କାରଣ

photo-amarujala

ମୁମ୍ବାଇ: ଶାହିଦ୍‌ କପୁରଙ୍କ ସାନଭାଇ ଈଶାନ୍‌ ଖଟ୍ଟରଙ୍କ ଫିଲ୍ମ ‘ଧଡ଼କ୍‌’ ହିଟ୍‌ ହେଲେ ବି ତାଙ୍କ ହାତରେ ସେମିତି ଆଖିଦୃଶିଆ ସିନେମା ନାହିଁ। ଏଭଳି ଅବସ୍ଥାରେ ଈଶାନଙ୍କ ହାତରୁ ଗୋଟିଏ ବଡ଼ ଫିଲ୍ମ ଖସିଯାଇଛି। ସେ କିଛି ଦିନ ତଳେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜଙ୍କ ଏକ ଫିଲ୍ମରେ ଅଭିନୟ କରିବେ ବୋଲି ଜଣାଯାଇଛି।

ବିଶାଲ ଭରଦ୍ୱାଜ ପ୍ରଖ୍ୟାତ ଲେଖକ ସଲମାନ୍‌ ରସଦିଙ୍କ ବୁକର ପୁରସ୍କାରପ୍ରାପ୍ତ ପୁସ୍ତକ ଉପରେ ଏକ ସିନେମା ନିର୍ମାଣ କରୁଛନ୍ତି। ଏହି ଫିଲ୍ମରେ ଈଶାନ୍‌ ସଲିମ ସିନାଇଙ୍କ ଚରିତ୍ରରେ ଅଭିନୟ କରିବେ ବୋଲି ଜଣାଯାଇଥିଲା। ତା’ଆଗରୁ ଶୁଣିବାକୁ ମିଳୁଥିଲା ଯେ ଈଶାନ୍‌ ଖଟ୍ଟର ବିଶାଲଙ୍କ ଫିଲ୍ମ ପାଇବା ମାତ୍ରେ ଅନ୍ୟତମ ଖ୍ୟାତନାମା ନିର୍ଦ୍ଦେଶିକା ମୀରା ନାୟାରଙ୍କ ଫିଲ୍ମ ଛାଡି ଦେଇଥିଲେ।

publive-image photo- deccan chronicle

ଏବେ ଜଣାଯାଇଛି ଯେ ଈଶାନ୍‌ ବିଶାଲଙ୍କ ଫିଲ୍ମ ଛାଡି ଦେଇଛନ୍ତି। କୁହାଯାଉଛି ଯେ ଉଭୟଙ୍କ ଭିତରେ ଫିଲ୍ମର ସ୍କ୍ରିପ୍ଟକୁ ନେଇ ମନ ମିଶିଲା ନାହିଁ। ଏହାପରେ ସେହି ଭୂମିକା ନିଭାଇବା ଲାଗି ନିର୍ଦ୍ଦେଶକ ବିଶାଲ ଭରଦ୍ୱାଜ ଜଣେ ନୂଆ କଳାକାରଙ୍କୁ ଲଞ୍ଚ୍‌ କରିବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe