କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍ଏଫଙ୍କ ସମର୍ଥନ କରିଥିବା ବିଶାଲଙ୍କୁ ନେଇ ସୋନାଙ୍କ ପ୍ରତିକ୍ରିୟା

Advertisment
କଙ୍ଗନାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍ଏଫଙ୍କ ସମର୍ଥନ କରିଥିବା ବିଶାଲଙ୍କୁ ନେଇ ସୋନାଙ୍କ ପ୍ରତିକ୍ରିୟା

ମୁମ୍ବାଇ: ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି ତାଙ୍କ ବିବୃତି ପାଇଁ କିଛିଦିନ ହେବ କ୍ରମାଗତ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ କଙ୍ଗନା ରଣାୱତଙ୍କୁ ଚାପୁଡ଼ା ମାରିବା ମାମଲାରେ ସିଆଇଏସ୍ଏଫ୍ ମହିଳା କର୍ମଚାରୀ କୁଲବିନ୍ଦର କୌରଙ୍କୁ ସମର୍ଥନ କରିବା ସହିତ ତାଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲେ।

ଏହାକୁ ସୋନା ମହାପାତ୍ର  ବିରୋଧ କରି ବିଶାଲ ତାଙ୍କ ସହିତ କିପରି ବ୍ୟବହାର କରିଥିଲେ ସେ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି।

ବିଶାଲ ଦାଦଲାନି ନିକଟରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କରିଥିବା ପୋଷ୍ଟରେ ଲେଖିଛନ୍ତି “ମୁଁ କଦାପି ହିଂସାକୁ ସମର୍ଥନ କରେ ନାହିଁ, କିନ୍ତୁ ଏହି ସିଆଇଏସ୍ଏଫ୍ ମହିଳା ଅଧିକାରୀଙ୍କ କ୍ରୋଧର କାରଣ ମୁଁ ସମ୍ପୂର୍ଣ୍ଣ ଭାବେ ବୁଝିପାରିଛି।। ଯଦି ଉକ୍ତ ସିଆଇଏସ୍ଏଫଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ତେବେ ମୁଁ ତାଙ୍କୁ ଚାକିରି ଦେବି । ଜୟ ହିନ୍ଦ, ଜୟ ଜବାନ ଜୟ କିସାନ୍। ”

ବିଶାଲଙ୍କୁ ନେଇ ଏକ ଟ୍ୱିଟ୍ ସେୟାର କରି ସୋନା ଲେଖିଛନ୍ତି ଯେ ଯେତେବେଳେ ମ୍ୟୁଜିକ କମ୍ପୋଜର ଅନୁ ମଲିକ୍ ତାଙ୍କୁ ହଇରାଣ କରିଥିଲେ, ସେ ସମୟରେ ବିଶାଲ ମୋତେ ସାହାଯ୍ୟ ଓ ସମର୍ଥନ କରିବା ବଦଳରେ ଟଙ୍କା ରୋଜଗାର ବିଷୟରେ କହିଥିଲେ। ଏବେ କଙ୍ଗନାଙ୍କୁ ମାଡ଼ ମରିଥିବା ସିଆଇଏସ୍ଏଫଙ୍କୁ ସମର୍ଥନ କରି ବିଶାଲ କ’ଣ ପ୍ରମାଣ କରିବାକୁ ଚାହୁଁଛନ୍ତି ମୁଁ ବୁଝି ପାରୁ ନାହିଁ।

ତେବେ କଣ୍ଠଶିଳ୍ପୀ ଅନୁ ମଲିକଙ୍କ କଥା କହିଲେ, ୨୦୧୮ ମସିହାରେ ମିଠୁ ଆନ୍ଦୋଳନ ସମୟରେ ଅନେକ ମହିଳା ଗାୟକ ଅନୁ ମଲିକଙ୍କ ଦ୍ବାରା ‌‌ଯୌନ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ।

ଏହି ସମୟରେ ସୋନା ମହାପାତ୍ର ଅନୁ ମଲିକଙ୍କୁ ସିରିଏଲ ଅପରାଧୀ ବୋଲି କହିଥିଲେ, ଅନୁ ବିଳମ୍ବିତ ରାତିରେ ଫୋନ କରି ତାଙ୍କୁ ଡାକନ୍ତି। ଏଥିସହିତ ଫୋନରେ ଅଶ୍ଳୀଳ କଥା ବି ହୋଇଥାଆନ୍ତି।’

ସୋନାଙ୍କ ପରେ ଆଉ ତିନିଜଣ ମହିଳା ଅନୁଙ୍କ ବିରୋଧ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେହିପରି କଣ୍ଠଶିଳ୍ପୀ ଶ୍ୱେତା ପଣ୍ଡିତ ଅନୁଙ୍କ ବିରୋଧରେ ଅଭିଯୋଗ କରି କହିଥିଲେ, ୧୫ବର୍ଷ ବୟସରେ ଅନୁ ତାଙ୍କୁ ‌ଯୌନ ନିର୍ଯାତନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe