ଦୁର୍ଘଟଣାର ଶିକାର ହେ‌ଲେ ବଲିଉଡର ଲୋକପ୍ରିୟ ଗାୟକ ବିଶାଲ ଦଦଲାନି

Advertisment

ଦୁର୍ଘଟଣାର ଶିକାର ହେ‌ଲେ ବଲିଉଡର ଲୋକପ୍ରିୟ ଗାୟକ ବିଶାଲ ଦଦଲାନି। ଏହି କାରଣରୁ ତାଙ୍କର କନସର୍ଟ ବାତିଲ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ହୋଇଥିବା ସୂଚନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଦିଆଯାଇଛି।

ଦୁର୍ଘଟଣାର ଶିକାର ହେ‌ଲେ ବଲିଉଡର ଲୋକପ୍ରିୟ ଗାୟକ ବିଶାଲ ଦଦଲାନି। ଏହି କାରଣରୁ ତାଙ୍କର କନସର୍ଟ ବାତିଲ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ହୋଇଥିବା ସୂଚନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଦିଆଯାଇଛି।

tvuishaalll

ମୁମ୍ବାଇ: ଦୁର୍ଘଟଣାର ଶିକାର ହେ‌ଲେ ବଲିଉଡର ଲୋକପ୍ରିୟ ଗାୟକ ବିଶାଲ ଦଦଲାନି। ଏହି କାରଣରୁ ତାଙ୍କର କନସର୍ଟ ବାତିଲ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ହୋଇଥିବା ସୂଚନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଦିଆଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ବିଶାଲଙ୍କ ପ୍ରଶଂସକ ତାଙ୍କ ସୁସ୍ଥତା ପାଇଁ କାମନା କରୁଛନ୍ତି। ତେବେ ଏହି ଦୁର୍ଘଟଣା କିପରି ଏବଂ କେବେ ଘଟିଲା ତାହାର ସଠିକ୍ ବିବରଣୀ ଆସି ନାହିଁ। କିନ୍ତୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ କୁହାଯାଇଛି ଯେ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥାରେ ଉନ୍ନତି ହେଉଛି।

ଗୁରୁବାର ଦିନ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ବିଶାଲ ଲେଖିଛନ୍ତି, ମୋର ଦୁର୍ଭାଗ୍ୟ, ମୋର ଏକ ଛୋଟ ଦୁର୍ଘଟଣା ଘଟିଗଲା। ମୁଁ ଶୀଘ୍ର ନାଚି ନାଚି ଫେରିବି। ମୁଁ ଆପଣଙ୍କୁ ସବୁ ସୂଚନା ଦେବି। ମୁଁ ସମସ୍ତଙ୍କୁ ଶୀଘ୍ର ପୁଣେରେ ଭେଟିବି।

ତେବେ କନସର୍ଟ ବାତିଲ ହେବା ପରେ ଆୟୋଜକ ଟିକେଟ ଟଙ୍କା ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe