ଫିଲ୍ମର ବଜେଟ୍ ୨୦୦କୋଟି, ହେଲେ ବିନା ପାରିଶ୍ରମିକରେ କଲେ ପ୍ରଭାସ

Advertisment
QQEQ

T

ନୂଆଦିଲ୍ଲୀ: ତେଲୁଗୁ ଫିଲ୍ମ 'କନ୍ନପ୍ପା'କୁ ନେଇ ବହୁତ ଚର୍ଚ୍ଚା ଚାଲିଛି। ବିଷ୍ଣୁ ମଞ୍ଚୁଙ୍କ ଅଭିନୀତ ଫିଲ୍ମଟି ଜୁନ୍ ୨୭ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମରେ ପ୍ରଭାସ, ମୋହନଲାଲ ଏବଂ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ମଧ୍ୟ ନଜର ଆସିବେ। ମିଡିଆ ରିପୋର୍ଟ ଅନୁଯାୟୀ, 'କନ୍ନପ୍ପା'ର ବଜେଟ୍ ୨୦୦ କୋଟି। ଏବେ ବିଷ୍ଣୁ ମଞ୍ଚୁ ପ୍ରକାଶ କରିଛନ୍ତି ଯେ. ଏହି ୨୦୦କୋଟିର ଫିଲ୍ମ ପାଇଁ ମେଗାଷ୍ଟାର ପ୍ରଭାସ ଏବଂ ମୋହନଲାଲ ଟଙ୍କାଟିଏ ବି ନେଇନାହାନ୍ତି।

ସୂଚନା ମୁତାବକ, 'କନ୍ନପ୍ପା' ବିଷ୍ଣୁ ମଞ୍ଚୁଙ୍କ ପିତା ମୋହନ ବାବୁଙ୍କ ଦ୍ୱାରା ପ୍ରଯୋଜିତ ହୋଇଛି। ନିକଟରେ ବିଷ୍ଣୁ ମଞ୍ଚୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ୍ ଏକ୍ସପ୍ରେସକୁ ସାକ୍ଷାତକାର ଦେଇ କହିଥିଲେ ଯେ, 'ଫିଲ୍ମ ତିଆରି କରିବାରେ ମୋହନଲାଲ ଏବଂ ପ୍ରଭାସଙ୍କର ବହୁତ ବଡ଼ ଅବଦାନ ଥିଲା। ଏହି ଫିଲ୍ମ ଆଜି ଯେଉଁଠି ପହଞ୍ଚିଛି ସେଥିପାଇଁ ଦୁଇ ଜଣ ଲୋକ ମୋତେ ବହୁତ ସାହାଯ୍ୟ କରିଛନ୍ତି। ସେମାନେ ହେଲେ ମୋହନଲାଲ ଏବଂ ପ୍ରଭାସ।'

ତ‌ାଙ୍କ କହିବା ମୁତାବକ, 'ମୋହନଲାଲ ଜଣେ ବହୁତ ବଡ଼ ସୁପରଷ୍ଟାର। ତାଙ୍କୁ ମୋ ଫିଲ୍ମରେ କୌଣସି ଛୋଟ ଭୂମିକା କରିବାର ଆବଶ୍ୟକତା ନଥିଲା। କିନ୍ତୁ ମୋ ବାପାଙ୍କ ପ୍ରତି ତାଙ୍କର ଥିବା ଭଲପାଇବା ଏବଂ ସମ୍ମାନ ଯୋଗୁଁ, ସେ ଗୋଟିଏ ମିନିଟ୍‌ରୁ ବି କମ ଥିବା ଚରିତ୍ର କରିବାକୁ ରାଜି ହୋଇଗଲେ। ସେହିଭଳି ସୁପରଷ୍ଟାର ପ୍ରଭାସ ମୋର ଜଣେ ବହୁତ ଭଲ ବନ୍ଧୁ। ସେ କେବଳ ଭାରତରେ ନୁହେଁ ବରଂ ଏସିଆର ସବୁଠାରୁ ବଡ଼ ଷ୍ଟାରମାନଙ୍କ ମଧ୍ୟରୁ ଜଣେ। ତାଙ୍କୁ 'କନ୍ନପ୍ପା'ରେ ଥିବା ଭୂମିକା କରିବାର ମଧ୍ୟ ଆବଶ୍ୟକତା ନଥିଲା। କିନ୍ତୁ ଯେତେବେଳେ ମୁଁ ତାଙ୍କୁ କହିଲି ଯେ, ଫିଲ୍ମକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ମୋତେ ତାଙ୍କର ଆବଶ୍ୟକତା ରହିଛି, ସେ ତୁରନ୍ତ ରାଜି ହୋଇଗଲେ। ସବୁଠୁ ବଡ଼ କଥା ହେଲା ଦୁହେଁ ନିଜ ନିଜର ଚରିତ୍ର ପାଇଁ ଟଙ୍କାଟିଏ ବି ନେଇନାହାନ୍ତି।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe