Advertisment

ଜନ୍ ସିନେମାରୁ ଦୂରେଇ ରହିବା ଭଲ: ବିବେକ ଅଗ୍ନିହୋତ୍ରୀ

Advertisment

କିଛି ଦିନ ତଳେ ଫିଲ୍ମ 'ଦି କଶ୍ମୀର ଫାଇଲ୍ସ'କୁ ଅତି-ରାଜନୈତିକ ବୋଲି କହିଥିଲେ ବଲିଉଡ ଅଭିନେତା ଜନ୍ ଆବ୍ରାହମ। ଏବେ ତାଙ୍କର ଏଭଳି ବୟାନକୁ ନେଇ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।

କିଛି ଦିନ ତଳେ ଫିଲ୍ମ 'ଦି କଶ୍ମୀର ଫାଇଲ୍ସ'କୁ ଅତି-ରାଜନୈତିକ ବୋଲି କହିଥିଲେ ବଲିଉଡ ଅଭିନେତା ଜନ୍ ଆବ୍ରାହମ। ଏବେ ତାଙ୍କର ଏଭଳି ବୟାନକୁ ନେଇ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।

New Project (20)

ନୂଆଦିଲ୍ଲୀ: କିଛି ଦିନ ତଳେ ଫିଲ୍ମ 'ଦି କଶ୍ମୀର ଫାଇଲ୍ସ'କୁ ଅତି-ରାଜନୈତିକ ବୋଲି କହିଥିଲେ ବଲିଉଡ ଅଭିନେତା ଜନ୍ ଆବ୍ରାହମ। ଏବେ ତାଙ୍କର ଏଭଳି ବୟାନକୁ ନେଇ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। 'ଦି ବେଙ୍ଗଲ୍ ଫାଇଲ୍ସ'ର ନିର୍ଦ୍ଦେଶକ, ଆବ୍ରାହମଙ୍କୁ ସିନେମା ନିର୍ମାଣ କରିବା ପରିବର୍ତ୍ତେ ଶରୀର ଗଠନ ଏବଂ ବାଇକ୍ ଚଲାଇବା ଉପରେ ଧ୍ୟାନ ଦେବାକୁ କହିଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାରରେ ଦେଇ ଆବ୍ରାହମ କହିଥିଲେ ଯେ, "ସେ ଅତି-ରାଜନୈତିକ ପରିବେଶରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ 'ଦି କାଶ୍ମୀର ଫାଇଲ୍ସ' କିମ୍ବା 'ଛାଭା' ଭଳି ଫିଲ୍ମ କେବେ ନିର୍ମାଣ କରିବେ ନାହିଁ। ତାଙ୍କର ଏଭଳି ବୟାନ ଉପରେ ଅଗ୍ନିହୋତ୍ରୀଙ୍କୁ ପ୍ରଶ୍ନ କରାଯିବା ପରେ ସେ କହିଥିଲେ ଯେ, "ଜନ୍ ଜଣେ ଐତିହାସକ, ବୁଦ୍ଧିଜୀବୀ, ଚିନ୍ତକ କିମ୍ବା ଲେଖକ ନୁହଁନ୍ତି। ସେ ନିଜେ କଟ୍ଟର ଦେଶଭକ୍ତିପୂର୍ଣ୍ଣ ଫିଲ୍ମ 'ସତ୍ୟମେବ ଜୟତେ', 'ଦି ଡିପ୍ଲୋମାଟ୍' ଭଳି ଫିଲ୍ମ ତିଆରି କରିଛନ୍ତି। ସେ ନିଶ୍ଚିତ ଭାବରେ ବିଭିନ୍ନ କାରଣ ପାଇଁ ଏହା କହିଥିବେ। ଯଦି ତୁମେ ମୋତେ କହିଥାନ୍ତ ଯେ, କୌଣସି ମହାନ ଐତିହାସିକ ବା ବୁଦ୍ଧିଜୀବୀ ଏହା କହିଛନ୍ତି, ତେବେ ମୁଁ କିଛି ଭାବିଥାନ୍ତି। ସେ କ'ଣ କହୁଛନ୍ତି ତାହା ଜାଣିବାରେ ମୋର କୌଣସି ଇଚ୍ଛା ନାହିଁ। ଭାରତର ପରିବେଶ କେବେ ଅତି-ରାଜନୈତିକ ନଥିଲା କି? ଭାରତରେ ହିନ୍ଦୁ-ମୁସଲିମ ଏବଂ ଜାତି ପ୍ରସଙ୍ଗକୁ ନେଇ ଆଗରୁ ବିବାଦ ନଥିଲା କି?"

ନିର୍ଦ୍ଦେଶକ କହିଛନ୍ତି ଯେ, ସେ ଆବ୍ରାହମଙ୍କ ବୟାନକୁ କେବେ ବି ଗୁରୁତ୍ୱ ଦେବେ ନାହିଁ। ତାଙ୍କ କହିବା ମୁତାବକ, "ସେ ମୋଟରସାଇକେଲ ଚଳାଇବା, ନିଜ ଶରୀର ଦେଖାଇବା ଏବଂ ପ୍ରୋଟିନ୍ ଖାଇବା ପାଇଁ ଜଣାଶୁଣା। ତାଙ୍କୁ ସେହି ଜିନିଷଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ। ସେ ସିନେମାରୁ ଦୂରେଇ ରହିବା ଭଲ।"

john abraham | Vivek Agnihotri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe