ବୋଧହୁଏ ଆତଙ୍କବାଦକୁ ଭଲପାଆନ୍ତି ନସିରୁଦ୍ଦିନ; 'ଦି କଶ୍ମୀର ଫାଇଲ୍ସ'କୁ ବିରୋଧ କରିବାରୁ ଏଭଳି କହିଲେ ବିବେକ

Advertisment
ବୋଧହୁଏ ଆତଙ୍କବାଦକୁ ଭଲପାଆନ୍ତି ନସିରୁଦ୍ଦିନ; 'ଦି କଶ୍ମୀର ଫାଇଲ୍ସ'କୁ ବିରୋଧ କରିବାରୁ ଏଭଳି କହିଲେ ବିବେକ

ମୁମ୍ବାଇ: ଫିଲ୍ମ 'ଦି କଶ୍ମୀର ଫାଇଲ୍ସ' ରିଲିଜ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହି ଫିଲ୍ମକୁ ନେଇ ବିବାଦ ଆଜି ବି ଜାରି ରହିଛି। ମଙ୍ଗଳବାର ବଲିଉଡର ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହା 'ଦି କଶ୍ମୀର ଫାଇଲ୍ସ' ଏବଂ ଗଦର-୨ ଭଳି ଚଳଚ୍ଚିତ୍ର ବକ୍ସ ଅଫିସରେ ସଫଳ ହେବାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ସେ ଏହାକୁ ଏକ ବିପଜ୍ଜନକ ଟ୍ରେଣ୍ଡ ବୋଲି କହିଥିଲେ। ନସିରୁଦ୍ଦିନ ଶାହାଙ୍କ ଏଭଳି ମନ୍ତବ୍ୟ ଉପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ପ୍ରତିକ୍ରିୟା ଦେଇଛନ୍ତି।

ଏକ ମନୋରଞ୍ଜନ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ବିବେକ କହିଛନ୍ତି, “ମୁଁ ନସିର ସାହାବଙ୍କର ଜଣେ ବଡ଼ ପ୍ରଶଂସକ, ସେଥିପାଇଁ ମୁଁ ତାଙ୍କୁ ତାସକେଣ୍ଟ ଫାଇଲ୍ସରେ କାଷ୍ଟ କରିଥିଲି। କିନ୍ତୁ ମୁଁ ଜାଣେ ନାହିଁ ସେ କାହିଁକି ଏଭଳି କହିଛନ୍ତି। ବୋଧହୁଏ ସେ ବୃଢ଼ା ହୋଇଗଲେଣି, ନଚେତ୍ ସେ ନିଜ ଜୀବନକୁ ନେଇ ଖୁସି ନାହାନ୍ତି। ମୋତେ ଲାଗୁଛି ସେ ନିଜ ଧର୍ମକୁ ସମର୍ଥନ କରିବା ପାଇଁ 'ଦି କଶ୍ମୀର ଫାଇଲ୍ସ'କୁ ବିରୋଧ କରୁଛନ୍ତି। କୌଣସି କାରଣରୁ, ବୋଧହୁଏ ସେ ଆତଙ୍କବାଦୀଙ୍କୁ ସମର୍ଥନ କରିବାକୁ ପସନ୍ଦ କରନ୍ତି, ହେଲେ ମୁଁ ସମର୍ଥନ କରେ ନୁହେଁ। ଆତଙ୍କବାଦ ପାଇଁ ମୋର ଶୂନ୍ୟ ସହନଶୀଳତା ଅଛି, ବୋଧହୁଏ ସେ ସେମାନଙ୍କୁ ଭଲ ପାଆନ୍ତି।"

'ଫ୍ରି ପ୍ରେସ ଜର୍ଣ୍ଣାଲ'କୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତା ନସିରୁଦ୍ଦିନ ଶାହ କହିଥିଲେ, "ଚଳଚ୍ଚିତ୍ର ଯେତେ କଠୋରପନ୍ଥୀ ହେବ ସେତେ ଲୋକପ୍ରିୟ ହେବ। ଦେଶକୁ ଭଲ ପାଇବା ଯଥେଷ୍ଟ ନୁହେଁ, ଏଥିପାଇଁ ଆମକୁ ବାଜା ବଜାଇ କହିବାକୁ ପଡିବ। ଆପଣଙ୍କୁ କାଳ୍ପନିକ ଶତ୍ରୁ ସୃଷ୍ଟି କରିବାକୁ ପଡିବ, ଯାହା ଏହି ଫିଲ୍ମ ନିର୍ମାତାମାନେ କରୁଛନ୍ତି। କିନ୍ତୁ ଏହି ଲୋକମାନେ ବୁଝିପାରୁ ନାହାଁନ୍ତି ଯେ ସେମାନେ ଯାହା କରୁଛନ୍ତି ତାହା କ୍ଷତିକାରକ ଅଟେ। ମୁଁ ଏପର୍ଯ୍ୟନ୍ତ 'ଦି କଶ୍ମୀର ଫାଇଲ୍ସ' ଏବଂ ଗଦର-୨ ଦେଖି ନାହିଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe