ଯଦି ସ୍କ୍ରିନ୍‌ ଉପରେ ପ୍ରଧାନମନ୍ତ୍ରୀ ହୋଇ ପାରୁଛି, ତେବେ ସାଂସଦ କିଏ ହେବାକୁ ଚାହିଁବ : ବିବେକ ଓବରଏ

Advertisment
ଯଦି ସ୍କ୍ରିନ୍‌ ଉପରେ ପ୍ରଧାନମନ୍ତ୍ରୀ ହୋଇ ପାରୁଛି, ତେବେ ସାଂସଦ କିଏ ହେବାକୁ ଚାହିଁବ : ବିବେକ ଓବରଏ

aajtak.intoday.in

ମୁମ୍ବାଇ : କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌କୁ ନେଇ ଅନେକ ବାଦବିବାଦ ଦେଖା ଯାଇଥିଲା । ଏ ମଧ୍ୟରେ ଫିଲ୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂମିକାରେ ନଜର ଆସିଥିବା ଅଭିନେତା ବିବେକ ଓବରଏ ମୋଦୀଙ୍କର କେତେ ବଡ଼ ସମର୍ଥକ ତାହା ଜଣାପଡ଼ିଥିଲା। ତେବେ ମୋଦୀଜୀଙ୍କ ସମର୍ଥକ ହୋଇ ମଧ୍ୟ ତାଙ୍କର ରାଜନୀତିରେ ଯୋଗ ଦେବାରେ କୌଣସି ଇଚ୍ଛା ନାହିଁ ବୋଲି କହି ସାରିଛନ୍ତି ବିବେକ ।

publive-image deccanherald.com

ତାଙ୍କ କହିବା ଅନୁଯାୟୀ, ୨୦୦୪ରେ ମୋତେ ଆଞ୍ଚଳିକ ଏବଂ ଜାତୀୟ ଦଳ ତରଫରୁ ସାଂସଦ ଟିକେଟ ଅଫର କରାଯାଇଥିଲା । କିନ୍ତୁ ମୁଁ ତାକୁ ସ୍ୱୀକାର କରି ନ ଥିଲି । ଯଦି ଆପଣ ସ୍କ୍ରିନ୍‌ ଉପରେ ପ୍ରଧାନମନ୍ତ୍ରୀ ବନି ପାରୁଛନ୍ତି, ତେବେ ଅସଲରେ ସାଂସଦ କିଏ ବନିବାକୁ ଚାହିଁବ ବୋଲି କହିଥିଲେ ବିବେକ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍‌ ଅପ୍ରେଲ ୧୧ରେ ରିଲିଜ୍‌ ହେବାକୁ ଥିବା ବେଳେ ନିର୍ବାଚନକୁ ଆଖି ଆଗରେ ରଖି ଏହାକୁ ମେ’ ୨୪କୁ ଘୁଞ୍ଚାଇ ଦିଆ ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe