'ଆଇ ଲଭ୍ ୟୁ ଆନି...' ଏଭଳି ଲେଖି ଅନନ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଲେ ପ୍ରେମିକ

Advertisment

ବଲିଉଡ ଅଭିନେତା ଆଦିତ୍ୟ ରଏ କପୁରଙ୍କ ସହ ବ୍ରେକଅପ ହେବା ପରେ ଏବେ ଆଉ ଜଣେ ଯୁବକଙ୍କ ପ୍ରେମରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ୱାକର ବ୍ଲାନକୋ ଆଇ ଲଭ୍ ୟୁ ଆନି ଲେଖି ବଢ଼ାଇଲେ ଚର୍ଚ୍ଚା।

ବଲିଉଡ ଅଭିନେତା ଆଦିତ୍ୟ ରଏ କପୁରଙ୍କ ସହ ବ୍ରେକଅପ ହେବା ପରେ ଏବେ ଆଉ ଜଣେ ଯୁବକଙ୍କ ପ୍ରେମରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ୱାକର ବ୍ଲାନକୋ ଆଇ ଲଭ୍ ୟୁ ଆନି ଲେଖି ବଢ଼ାଇଲେ ଚର୍ଚ୍ଚା।

pande

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଅକ୍ଟୋବର ୩୦ରେ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି | ଖୁବ୍ କମ୍ ବୟସରେ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅନନ୍ୟା | ପେସାଦାର ସହ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହୁଥିବା ଅନନ୍ୟା ନିଜ ମନ କଥା ସବୁବେଳେ ଖୋଲା‌େଖୋଲି ଭାବେ ଜଣାନ୍ତି। କିଛି ମାସ ତଳେ ସେ ବଲିଉଡ ଅଭିନେତା ଆଦିତ୍ୟ ରଏ କପୁରଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଥିଲା। ଏହା ପରେ ‌ପରେ ଦୁହିଁଙ୍କ ବ୍ରେକଅପ ଖବର ମଧ୍ୟ ଆସିଲା। ବ୍ରେକଅପ ପରେ ଅନନ୍ୟାଙ୍କ ନାମ ଅନେକ ଯୁବକଙ୍କ ସହ ଯୋଡାଯାଇଥିବା ବେଳେ ୱାକର ବ୍ଲାନକୋଙ୍କ ନାମ ମଧ୍ୟ ସୂଚୀରେ ଥିଲା। ଏବେ ସେ ଅନନ୍ୟାଙ୍କୁ ଭଲପାଉଥିବା ସ୍ବୀକାର କରିଛନ୍ତି।  ୱାକର ବ୍ଲାନକୋ ଅଭିନେତ୍ରୀ ଅନନ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଭଲପାଏ ବୋଲି ଲେଖିଛନ୍ତି। ତାଙ୍କର ଏହି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି।

ଇନଷ୍ଟା ଷ୍ଟୋରୀରେ ଅନନ୍ୟାଙ୍କର ଏକ ସୁନ୍ଦର ଫଟୋ ପୋଷ୍ଟ କରି ସେ ଲେଖିଛନ୍ତି - 'ଶୁଭ ଜନ୍ମଦିନ | ତୁମେ ବହୁତ ସ୍ୱତନ୍ତ୍ର | ମୁଁ ତୁମକୁ ଭଲ ପାଏ ଆନି |' ୱାକରଙ୍କ ଏହି ପୋଷ୍ଟ ପରେ ଅନନ୍ୟାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଏବେ ଏକପ୍ରକାର ସ୍ପଷ୍ଟ ହୋଇଛି। କିଛି ଦିନ ପୂର୍ବରୁ ଅନନ୍ୟାଙ୍କ ବେକରେ ଡବ୍ଲୁ ଲକେଟ ଦେଖି ଲୋକେ ୱାକରଙ୍କ ସହ ତାଙ୍କ ନାମ ଯୋଡିଥିଲେ ।

ଯଦି ଆମେ ୱାକରଙ୍କ ପେସା କଥା କହିବା ତେବେ ସେ ପୂର୍ବରୁ ଜଣେ ମଡେଲ ଥିଲେ। ଚିକାଗୋରେ ରହୁଥିବା ୱାକର ବର୍ତ୍ତମାନ ଅନନ୍ତ ଅମ୍ବାନୀଙ୍କ ମାଲିକାନାରେ ଗୁଜୁରାଟର ଜାମନଗରରେ ଥିବା ଏକ ଜୀବଜନ୍ତୁ ଆଶ୍ରୟସ୍ଥଳ 'ବନ୍ତାରା'ରେ କାମ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe