ସଲମାନ୍‌ ଖାନଙ୍କ ସହ କିସିଂ ସିନ୍‌ କରିବାକୁ ଚାହାଁନ୍ତି ଏହି ଅଭିନେତ୍ରୀ

Advertisment
ସଲମାନ୍‌ ଖାନଙ୍କ ସହ କିସିଂ ସିନ୍‌ କରିବାକୁ ଚାହାଁନ୍ତି  ଏହି  ଅଭିନେତ୍ରୀ

photo-navbharattimes

ମୁମ୍ବାଇ: ଏବେ ପୁଣି ଚର୍ଚ୍ଚାରେ ଅର୍ଶୀ ଖାନ। ଏବେ ଅର୍ଶୀ ଆଉ ଏକ କଥା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ତାହା ହେଲା ଯେ ସେ ସଲମାନ୍‌ ଖାନଙ୍କ ସହ କିସିଂ ସିନ୍‌ କରିବାକୁ ଚାହାଁନ୍ତି। ଆଗରୁ ଅନ୍ୟ କୌଣସି ନାୟିକାଙ୍କୁ ଏହି ସୁଯୋଗ ମିଳି ନାହିଁ,କାରଣ ସଲମାନ୍‌ ପରଦାରେ କିସ୍‌ ଦେବାକୁ ମନା କରିଛନ୍ତି। ଅର୍ଶୀ ଖାନ ସଲମାନ ଖାନଙ୍କ ସହ ଏକ ରୋମାଣ୍ଟିକ୍‌ ସିନେମାରେ କାମ କରିବାକୁ ଇଚ୍ଛୁକ ବୋଲି ମଧ୍ୟ କହିଛନ୍ତି । ବଲିଉଡ ନାୟିକାମାନଙ୍କ ଭିତରୁ କଙ୍ଗନା ରାନାଓ୍ଵତ୍‌ ତାଙ୍କର ସବୁଠୁ ବେଶୀ ପସନ୍ଦ ଏବଂ ସେ ହିଁ ତାଙ୍କର ଆଦର୍ଶ ବୋଲି କହିଛନ୍ତି ଅର୍ଶୀ ଖାନ । ସନି ଲିଓନ୍‌ଙ୍କ ପରେ ‘ଗୁଗୁଲ୍‌’ରେ ତାଙ୍କୁ ହିଁ ଅଧିକ ଲୋକ ଖୋଜିଥିଲେ। ‘ବିଗ୍‌ ବସ୍‌’ରେ ସଲମାନ ଖାନଙ୍କ ଅନ୍ତରଙ୍ଗ ହୋଇପାରିଥିବାରୁ, ସେ ଶୀଘ୍ର ଅଭିନୟ ସୁଯୋଗ ପାଇବେ ବୋଲି ଆଶା କରାଯାଉଥିଲା , କିନ୍ତୁ ସେଭଳି କିଛି ଘଟି ନଥିଲା।

publive-image photo- indiatoday

ବଲିଉଡ୍‌ ଅଭିନେତ୍ରୀଙ୍କ ଭଳି ତନୁପାତଳୀ ଦିଶିବା ପାଇଁ ସେ ପ୍ରତି ଦିନ ବ୍ୟାୟାମଶାଳା ଯାଉଛନ୍ତି। ଏବେ ତାଙ୍କୁ ଫିଲ୍ମ ମିଳିଯାଇଥିବା, ସକ୍ରିୟ ଥିବା ଏକ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଅର୍ଶୀ ଜଣାଇଛନ୍ତି। ଏହି ଦକ୍ଷିଣୀ ଫିଲ୍ମରେ ‘ବାହୁବଲୀ’ ପ୍ରଭାସ ଅଭିନୟ କରୁଥିବା କହିଛନ୍ତି। ଫିଲ୍ମଟି ପାଇଥିବାରୁ, ସଲମାନଙ୍କ ନିକଟରେ କୃତଜ୍ଞ ବୋଲି ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିବାକୁ ଭୁଲିନାହାନ୍ତି। ତେବେ, ତାଙ୍କର ନିନ୍ଦୁକଙ୍କୁ କଥାଟି ହଜମ ହେଉନାହିଁ। ଖବରରେ ରହିବାକୁ ଅର୍ଶୀ ଗୁଜବ ପ୍ରଚାର କରୁଥିବା, କେହି କେହି କହୁଛନ୍ତି। ଆଉ କିଛି କହୁଛନ୍ତି, ତାଙ୍କୁ ଗୋଟିଏ ଦକ୍ଷିଣୀ ହରର୍‌ ଫିଲ୍ମ ମିଳିଛି, ଯେଉଁଥିରେ ତାଙ୍କ ଭୂମିକା ଡାକିନୀର। ଅଫଗାନିସ୍ତାନ ଜନ୍ମିତ ଅର୍ଶୀ ଭାରତୀୟ ନାଗରିକ। ଘର ଭୋପାଲରେ। ବିକିନି ସହ ହିଜାବ ପିନ୍ଧିଥିବାରୁ, କିଛି ବର୍ଷ ତଳେ ତାଙ୍କ ବିରୋଧରେ ଏକ ଫତଓ୍ଵା ଜାରିକରାଯାଇଥିଲା।ଏବେ ଦେଖିବା କଥା କେବେ ତାଙ୍କର ଏହି ଅଭିଳାଷ ପୂରଣ ହେଉଛି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe