ମୁମ୍ବାଇ: ସୁପରଷ୍ଟାର ହ୍ରିତିକ୍ ରୋଶନ ଏବଂ ଜୁନିଅର ଏନଟିଆରଙ୍କ ଫିଲ୍ମ 'ୱାର୍ ୨' ୨୦୨୫ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ୨୦୧୯ରେ ରିଲିଜ୍ ହୋଇଥିବା ଫିଲ୍ମ 'ୱାର୍'ର ସିକ୍ୱେଲ୍ 'ୱାର୍ ୨'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅଧିକ ଉତ୍ସାହ ରହିଛି। ଏହାର ଏକ କାରଣ ହେଉଛି ଏହି ଫିଲ୍ମରେ, ଭାରତୀୟ ସିନେମାର ଦୁଇ ସୁପରଷ୍ଟାର ପ୍ରଥମ ଥର ପାଇଁ ଏକାଠି ପରଦାରେ ନଜର ଆସିବେ। ଫିଲ୍ମ ରିଲିଜ୍କୁ କିଛି ମାସ ବାକିଥିବା ବେଳେ ରିଲିଜ୍ ପୂର୍ବରୁ ହିଁ ଫିଲ୍ମଟି କୋଟି କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି।
ସୂଚନା ମୁତାବକ, ଅଗଷ୍ଟ ୧୪ରେ ଫିଲ୍ମଟି ପ୍ରେକ୍ଷାଳୟରେ ରିିଲିଜ୍ ହେବ। ଏହା ପୂର୍ବରୁ ଫିଲ୍ମଟି ୮୦କୋଟି ଟଙ୍କା ଆୟ କରିଛି। ଚର୍ଚ୍ଚା ହେଉଛି ଯେ, ନିର୍ମାତା ୮୦କୋଟିରେ ଫିଲ୍ମର ତେଲୁଗୁ ରାଇଟ୍ସ ବିକ୍ରି କରିଛନ୍ତି। ଫିଲ୍ମରେ ହ୍ରିତିକ୍ ଓ ଜୁନିଅର ଏନଟିଆରଙ୍କ ବ୍ୟତୀତ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିବେ। ଫିଲ୍ମର ଟିଜର ରିଲିଜ୍ ହୋଇସାରିଥିବା ବେଳେ ଟିଜର ଦେଖି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଉତ୍ସାହ ବଢ଼ିଛି। ଫିଲ୍ମର ନିର୍ଦ୍ଦେଶନା ଅୟାନ ମୁଖାର୍ଜୀ ଦେଇଥିବା ବେଳେ ରିଲିଜ୍ ପରେ ବକ୍ସ ଅଫିସରେ ଏହା ଭଲ ଆୟ କରିବ ବୋଲି ଆଶା ରଖିଛନ୍ତି ନିର୍ମାତା।
Follow Us