ଓଡ଼ିଆ ଛବିରେ ଯୁଦ୍ଧ

Advertisment

ଏବେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଓଡ଼ିଆ ଛବି ‘ଜନନୀ’ରେ ମଧ୍ୟ ଏଭଳି ଦୃଶ୍ୟର ଅବତାରଣା ହୋଇଥିଲା। ୧୯୮୪ରେ ମୁକ୍ତିପ୍ରାପ୍ତ ଏମ୍.ଏମ୍. ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ତଥା ପ୍ରଖ୍ୟାତ ନିର୍ଦ୍ଦେଶକ...

ଏବେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଓଡ଼ିଆ ଛବି ‘ଜନନୀ’ରେ ମଧ୍ୟ ଏଭଳି ଦୃଶ୍ୟର ଅବତାରଣା ହୋଇଥିଲା। ୧୯୮୪ରେ ମୁକ୍ତିପ୍ରାପ୍ତ ଏମ୍.ଏମ୍. ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ତଥା ପ୍ରଖ୍ୟାତ ନିର୍ଦ୍ଦେଶକ...

dfdfcvcv

ଏବେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଓଡ଼ିଆ ଛବି ‘ଜନନୀ’ରେ ମଧ୍ୟ ଏଭଳି ଦୃଶ୍ୟର ଅବତାରଣା ହୋଇଥିଲା। ୧୯୮୪ରେ ମୁକ୍ତିପ୍ରାପ୍ତ ଏମ୍.ଏମ୍. ପ୍ରଡକସନ୍ସ ବ୍ୟାନରରେ ନିର୍ମିତ ତଥା ପ୍ରଖ୍ୟାତ ନିର୍ଦ୍ଦେଶକ ମହମ୍ମଦ ମହସୀନଙ୍କ ନିର୍ଦ୍ଦେଶିତ ‘ଜନନୀ’ରେ ୧୯୬୫ର ଭାରତ-ପାକ୍ ଯୁଦ୍ଧର ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତ-ପାକ୍ ଯୁଦ୍ଧରେ ଭାଗ ନେଇଥିବା ଜଣେ ସୈନିକ ଭୂମିକାରେ ଏଥିରେ ନଜର ଆସିଥିଲେ ନିଜେ ନିର୍ଦ୍ଦେଶକ ମହମ୍ମଦ ମହସୀନ। ଏଥିରେ ତାଙ୍କ ଅଭିନୀତ ଚରିତ୍ରର ନାଁ ଥିଲା ସୁଧୀର। ମାତ୍ର ତାଙ୍କୁ ସମସ୍ତେ ‘ପାଗଳା ବାବା’ ନାମରେ ଡାକନ୍ତି। ‘ଜନନୀ’ରେ ମହସୀନଙ୍କ ମୁହଁରେ ଥିଲା ଏକ ସଂଳାପ- ‘‘ଭାରତ-ପାକିସ୍ତାନ ଯୁଦ୍ଧ ଚାଲିଥାଏ। ହେଇ ବିମାନ ଶବ୍ଦ ଶୁଭିଲାଣି, ଶତ୍ରୁର ଡାକରା... ମୋତେ ଯିବାକୁ ହେବ। ଆଇ ହାଭ୍ ଟୁ ଗୋ’।’’

‘ଜନନୀ’ରେ ଉତ୍ତମ ମହାନ୍ତି, ଅପରାଜିତା, ବିଜୟ ମହାନ୍ତି, ବୀରେନ ରାଉତରାୟ, ଅନୀତା ଦାସ, ଅଜିତ ଦାସ, ବନଜା ମହାନ୍ତି, ଜୟୀ, ନରି ଓ ହେମନ୍ତ ଦାସ ପ୍ରମୁଖ ଅଭିନୟ କରିଥିଲେ। ପ୍ରଖ୍ୟାତ ନାଟ୍ୟକାର ବିଜୟ ମିଶ୍ରଙ୍କ ରଚିତ ନାଟକର କାହାଣୀ ଆଧାରରେ ନିର୍ମିତ ହୋଇଥିଲା ‘ଜନନୀ’। ମାତ୍ର ବିଜୟ ମିଶ୍ରଙ୍କ ବଦଳରେ ଏହାର ସଂଳାପ ଲେଖିଥିଲେ ଡକ୍ଟର ସୁବୋଧ ପଟ୍ଟନାୟକ। ଭୁବନେଶ୍ବର ମିଶ୍ର ଏହାର ସଂଗୀତ ନିର୍ଦ୍ଦେଶକ। ସେହିପରି ଓଡ଼ିଆ ସିନେମା ‘କିଏ ଜିତେ କିଏ ହାରେ’ରେ ମଧ୍ୟ ଯୁଦ୍ଧ ଦୃଶ୍ୟ ଥିଲା। ଖ୍ୟାତନାମା ନିର୍ଦ୍ଦେଶକ ନିତାଇ ପାଲିତଙ୍କ ନିର୍ଦ୍ଦେଶିତ ଏହି ଛବିରେ ଉତ୍ତମ ମହାନ୍ତି, ରୂପଲେଖା, ବିଜୟ ମହାନ୍ତି, ଜୟୀ, ରାଧା ପଣ୍ଡା, ବୀରେନ ରାଉତରାୟ, ଅନୀତା ଦାସ, ବିଭୂତି ମିଶ୍ର, ଉଷା ଓ ଅକ୍ଷୟ ମହାନ୍ତି (ସଂଗୀତକାର/ଗାୟକ/ଗୀତିକାର) ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୧୯୮୧ରେ ମୁକ୍ତିପ୍ରାପ୍ତ ଏହି ସିନେମା ସୁଟିଂର କିଛି ଅଂଶ ସୁନାବେଡ଼ାରେ କରାଯାଇଥିଲା ଏବଂ ଏଥିରେ ଯୁଦ୍ଧ ଦୃଶ୍ୟ ସାମିଲ୍‌ ଥିଲା। ଜୟପୁରର ସାରଥୀ ଏଣ୍ଟରପ୍ରାଇଜର୍ସ ଲିମିଟେଡ୍ ବ୍ୟାନରରେ ନିର୍ମିତ ଏହି ସିନେମାର କାହାଣୀକାର ଥିଲେ ବିଜୟ କୁମାର ନନ୍ଦ। ବିଭୂତି ମିଶ୍ର ଓ ଅକ୍ଷୟ ମହାନ୍ତି ଏହାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ। ଅକ୍ଷୟ ମହାନ୍ତି ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe