ସିନେପରଦାରେ ଯୁଦ୍ଧ କାହାଣୀ

Advertisment

ସାରା ବିଶ୍ବରେ ଯୁଦ୍ଧ ସିନେମା ପ୍ରତି ଦର୍ଶକଙ୍କର ଏକ ବିଶେଷ ଆଗ୍ରହ ରହିଆସିଛି। ଯୁଦ୍ଧର ପ୍ରଚ୍ଛଦରେ ସାହସିକତା, ଦେଶପ୍ରେମ, ଭଲପାଇବା ଓ ଆତ୍ମୀୟଙ୍କୁ ହରାଇବା ଭଳି ପ୍ରସଙ୍ଗ ଉପରେ ସେହିସବୁ କାହାଣୀ ପର୍ଯ୍ୟବସିତ।

ସାରା ବିଶ୍ବରେ ଯୁଦ୍ଧ ସିନେମା ପ୍ରତି ଦର୍ଶକଙ୍କର ଏକ ବିଶେଷ ଆଗ୍ରହ ରହିଆସିଛି। ଯୁଦ୍ଧର ପ୍ରଚ୍ଛଦରେ ସାହସିକତା, ଦେଶପ୍ରେମ, ଭଲପାଇବା ଓ ଆତ୍ମୀୟଙ୍କୁ ହରାଇବା ଭଳି ପ୍ରସଙ୍ଗ ଉପରେ ସେହିସବୁ କାହାଣୀ ପର୍ଯ୍ୟବସିତ।

ddccd

ସାରା ବିଶ୍ବରେ ଯୁଦ୍ଧ ସିନେମା ପ୍ରତି ଦର୍ଶକଙ୍କର ଏକ ବିଶେଷ ଆଗ୍ରହ ରହିଆସିଛି। ଯୁଦ୍ଧର ପ୍ରଚ୍ଛଦରେ ସାହସିକତା, ଦେଶପ୍ରେମ, ଭଲପାଇବା ଓ ଆତ୍ମୀୟଙ୍କୁ ହରାଇବା ଭଳି ପ୍ରସଙ୍ଗ ଉପରେ ସେହିସବୁ କାହାଣୀ ପର୍ଯ୍ୟବସିତ। ସେହି ଆଗ୍ରହ କ୍ରମରେ ପାକିସ୍ତାନ ସହ ଭାରତର ଅସ୍ଥିର ସମ୍ପର୍କକୁ ଭିତ୍ତି କରି ପଚାଶରୁ ଅଧିକ ବଲିଉଡ୍‌ ଚଳଚ୍ଚିତ୍ର ନିର୍ମିତ ହୋଇସାରିଛି। ସେଭଳି କେତେଟି ଚର୍ଚ୍ଚିତ ଛବି ସଂପର୍କରେ କିଞ୍ଚିତ।

 ବର୍ଡର (୧୯୯୭): ୧୯୭୧ର ଭାରତ-ପାକ୍‌ ଯୁଦ୍ଧ ସମୟର ଘଟଣାକୁ ନେଇ ଏହି ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ଜେ. ପି. ଦତ୍ତଙ୍କ ଦ୍ବାରା ନିର୍ଦେଶିତ ଏହି ବ୍ଲକ୍‌ବଷ୍ଟର୍‌ ଚଳଚ୍ଚିତ୍ରରେ ସନ୍ନି ଦିଓଲ, ଜ୍ୟାକି ଶ୍ରଫ, ସୁନିଲ ସେଟ୍ଟୀ ପ୍ରମୁଖ ଅଭିନୟ କରିଛନ୍ତି। 

ଏଲ୍‌ଓସି: କାର୍ଗିଲ (୨୦୦୩): ୧୯୯୯ କାର୍ଗିଲ ଯୁଦ୍ଧକୁ ନେଇ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଛି, ଯାହା ମଧ୍ୟରୁ ‘ଏଲ୍‌ଓସି: କାର୍ଗିଲ’ର ପ୍ରସିଦ୍ଧି ସର୍ବାଧିକ। ଏହି ସିନେମା କେନ୍ଦ୍ରରେ ରହିଛି ଭାରତୀୟ ସୈନ୍ୟଙ୍କ ପରାକ୍ରମ ଓ ବଳିଦାନ। କାର୍ଗିଲ ଯୁଦ୍ଧର ଭୀଷଣ ଲଢ଼େଇ ଓ କୌଶଳପୂର୍ଣ୍ଣ ଅଭିଯାନଗୁଡ଼ିକୁ ମଧ୍ୟ ପରଦାରେ ଖୁବ୍ ପ୍ରଭାବଶାଳୀ ଢଙ୍ଗରେ ପ୍ରଦର୍ଶନ କରାଯାଇଛି। ଏଥିରେ ଅଜୟ ଦେବଗନ, ସଂଜୟ ଦତ୍ତ, ଅଭିଷେକ ବଚ୍ଚନ, ସୈଫ ଅଲୀ ଖାଁ ଓ ସୁନିଲ ସେଟ୍ଟୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଏହି ସିନେମାର ନିର୍ଦେଶକ ମଧ୍ୟ ଜେ. ପି. ଦତ୍ତ। 

ଲକ୍ଷ୍ୟ (୨୦୦୩): ଋତିକ ରୋଶନ ଓ ପ୍ରୀତି ଜିଣ୍ଟାଙ୍କୁ ମୁଖ୍ୟ ଭୂମିକାରେ ନେଇ ଏହି ଭିନ୍ନ ସ୍ବାଦର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ଫରହାନ ଅଖତର। ଜଣେ ଅଳସୁଆ ଯୁବକ ଭାରତୀୟ ସେନାରେ ଯୋଗ ଦେଇ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରିବା ପରେ କିପରି ସଂପୂର୍ଣ୍ଣ ବଦଳିଯାଉଛି ତାହା ଏହି ସିନେମାରେ ଦେଖିବାକୁ ମିଳେ। 

‘୧୯୭୧’ (୨୦୦୭): ଏଥିରେ ୧୯୭୧ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନୀଙ୍କ ଦ୍ବାରା ବନ୍ଦୀ ହୋଇଥିବା ଭାରତୀୟ କଏଦୀଙ୍କ କାହାଣୀ ରହିଛି। ଅମୃତ ସାଗର ଏହାର ନିର୍ଦେଶନା ଦେଇଥିବାବେଳେ ମନୋଜ ବାଜପେୟୀ, ରବି କିଶନ, ପୀୟୂଷ ମିଶ୍ର ପ୍ରମୁଖ ଏଥିରେ ଅଭିନୟ କରିଥିଲେ।
ଉରି: ଦ ସର୍ଜିକାଲ୍ ଷ୍ଟ୍ରାଇକ୍ (୨୦୧୯): ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅଭିନେତା ଭିକି କୌଶଲ। ଫିଲ୍ମଟି ୨୦୧୬ ମସିହାରେ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ଭାବରେ ହୋଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍ ଉପରେ ଆଧାରିତ। 

ଭୁଜ୍: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ (୨୦୨୧): ଏଥିରେ ବି ୧୯୭୧ ମସିହାର ଯୁଦ୍ଧର କଥା ରହିଛି। ସିନେମାରେ ଭାରତୀୟ ବାୟୁସେନାର ସ୍କ୍ବାର୍ଡନ ଲିଡର୍ ବିଜୟ କର୍ଣ୍ଣିକଙ୍କ ବୀରତ୍ବ କାହାଣୀ ଉପସ୍ଥାପିତ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ, ସଂଜୟ ଦତ୍ତ, ସୋନାକ୍ଷୀ ସିହ୍ନା ଓ ନୋରା ଫତେହୀ ଅଭିନୟ କରିଥିଲେ।

ଶେରଶାହ (୨୦୨୧): ଶେରଶାହ ଚଳଚ୍ଚିତ୍ରରେ ଭାରତୀୟ ସେନାର କ୍ୟାପ୍‌ଟେନ୍‌ ବିକ୍ରମ ବାତ୍ରାଙ୍କ ଜୀବନୀ ପ୍ରଦର୍ଶିତ କରାଯାଇଛି। ସେ କାର୍ଗିଲ ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ସହିଦ ହୋଇଥିଲେ। ଏଥିରେ ବିକ୍ରମ ବାତ୍ରାଙ୍କ ଭୂମିକାରେ ସିଦ୍ଧାର୍ଥ ମଲହୋତ୍ରା ଅଭିନୟ କରିଥିବା ବେଳେ କିଆରା ଆଡ଼ଭାନୀ ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ ଏବଂ ବିଷ୍ଣୁବର୍ଦ୍ଧନ ଏହାର ନିର୍ଦେଶନା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe