ପ୍ରଥମ ଥର ପାଇଁ ଝିଅ ଦୁଆକୁ ଧରି ବାହାରକୁ ବାହାରିଲେ ରଣବୀର-ଦୀପିକା

Advertisment

ନଭେମ୍ବର ୮ ତାରିଖରେ ବଲିଉଡ୍‌ ଅଭିନେତା ରଣଭୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ମୁମ୍ବାଇର ଏକ ଘରୋଇ ବିମାନବନ୍ଦରରେ ଝିଅ ଦୁଆ ପାଦୁକୋନ ସିଂଙ୍କ ସହ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି।

Updated On

ନଭେମ୍ବର ୮ ତାରିଖରେ ବଲିଉଡ୍‌ ଅଭିନେତା ରଣଭୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ମୁମ୍ବାଇର ଏକ ଘରୋଇ ବିମାନବନ୍ଦରରେ ଝିଅ ଦୁଆ ପାଦୁକୋନ ସିଂଙ୍କ ସହ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି।

ଅଦ୍ୟତନ ହୋଇଛି
deepika

ମୁମ୍ବାଇ: ନଭେମ୍ବର ୮ ତାରିଖରେ ବଲିଉଡ୍‌ ଅଭିନେତା ରଣଭୀର ସିଂ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ମୁମ୍ବାଇର ଏକ ଘରୋଇ ବିମାନବନ୍ଦରରେ ଝିଅ ଦୁଆ ପାଦୁକୋନ ସିଂଙ୍କ ସହ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି।

ଏହି ଭାଇରାଲ ଭିଡିଓରେ ରଣବୀର ଏବଂ ଦୀପିକାଙ୍କୁ ବିମାନ ବନ୍ଦର ଭିତରେ ଦେଖିବାକୁ ମିଳିଥିବା ବେଳେ ଦୀପିକା ତାଙ୍କ ଶିଶୁକୁ ଛାତିରେ ଚାପି ଧରି ଲୁଚାଇ ନେଇ ଯାଉଥିବାର ଦେଖିବାକୁ ମିଳିଛି। 

କେବଳ ଦୁଆ ନୁହେଁ, ଦୁଆ ଜନ୍ମ ହେବା ପରେ  ଦୀପିକା ପାଦୁକୋନଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ସର୍ବସାଧାରଣରେ ଦେଖିବାକୁ ମିଳିଛି। ମାତୃତ୍ୱ ଗ୍ରହଣ କରିବା ପରେ ସେ ସର୍ବସାଧାରଣଙ୍କ ଦୃଷ୍ଟିରୁ ଦୂରେଇ ରହିଛନ୍ତି।

ତେବେ ରଣବୀର ସିଂହଙ୍କୁ ‘ସିଂଘମ୍‌ ଏଗେନ୍‌’ର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଯୋଗ ଦେଇଥିବାର ଦେଖିବାକୁ ମିଳିଥିଲା, ଯେଉଁଥିରେ ଦୀପିକା ମଧ୍ୟ ଅଛନ୍ତି। 

ଗଣମାଧ୍ୟମକୁ ସୂଚନା ଦେଇ ରଣବୀର କହିଥିଲେ ଯେ ଦୀପିକା ଶିଶୁଙ୍କ ସହ ବ୍ୟସ୍ତ ଥିଲେ ତେଣୁ ସେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିପାରିନାହାନ୍ତି। ଶିଶୁର ଯତ୍ନ ନେବା କର୍ତ୍ତବ୍ୟ ମୋର ରାତିରେ, ତେଣୁ ମୁଁ ଏଠାରେ ଅଛି ବୋଲି ଅଭିନେତା କହିଥିଲେ।

ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ସେମାନଙ୍କର ପ୍ରଥମ ସନ୍ତାନ ଦୁଆକୁ  ସେପ୍ଟେମ୍ବର ୮,୨୦୨୪ରେ ସ୍ୱାଗତ କରିଛନ୍ତି। ବିବାହର ଅନେକ ବର୍ଷ ପରେ ବାପାମାଆ ହେବା ପରେ ଦୁହେଁ ବେଶ୍‌ ଆନନ୍ଦିତ ଅଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe