ପ୍ରଚୁର ତରଭୁଜ ଖାଆନ୍ତୁ ମିଳିବ ଅନେକ ଫାଇଦା

Advertisment
ପ୍ରଚୁର ତରଭୁଜ ଖାଆନ୍ତୁ ମିଳିବ ଅନେକ ଫାଇଦା

ନୂଆଦିଲ୍ଲୀ: ଖରାଦିନେ ବଜାରରେ ତରଭୁଜ ପ୍ରଚୁରମାତ୍ରାରେ ମିଳିଥାଏ। ପ୍ରାୟତଃ ଖରାଦିନେ ତରଭୁଜ ଖାଇବାକୁ ବି ଅନେକ ‌ଲୋକ ପସନ୍ଦ କରିଥାଆନ୍ତି। ଆପଣ ଜାଣିଛନ୍ତି କି, ତରଭୁଜରେ ୯୨ ପ୍ରତିଶତ ଅଂଶ ଜଳ ରହିଥାଏ। ଏହା ଆମ ଶରୀରରେ ଜଳୀୟଅଂଶକୁ କମ କରିବାକୁ ଦେଇ ନଥାଏ।

ତରଭୁଜ ହେଉଛି ଏକ ହାଇଡ୍ରେଟିଂ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଫଳ। ଏଥିରେ କମ୍ କ୍ୟାଲୋରୀ ଓ ଅଧିକ ଭିଟାମିନ୍ସ ରହିଥାଏ। ବୈଜ୍ଞାନିକମାନଙ୍କର କହିବା ଅନୁସାରେ ୧୫୦ ଗ୍ରାମ ତରଭୁଜରେ ୦.୬ ଗ୍ରାମ ଫାଇବର, ଓ ୧୧.୫ ଗ୍ରାମ କାର୍ବୋହାଇଡ୍ରେଟ ରହିଥାଏ।

ଆପଣ ନିଜର ଓଜନ ପାଇଁ ଚିନ୍ତିତ କି? ଯଦି ଆପଣ ପ୍ରାକୃତିକ ଉପାୟରେ ଓଜନ ହ୍ରାସ କରିବା ପାଇଁ ଚାହୁଁଛନ୍ତି ତେବେ ପ୍ରତ୍ୟେକ ଦିନ ଗୋଟିଏ ତରଭୁଜ ନିହାତି ଖାଆନ୍ତୁ। ଏଥିରେ ଥିବା ଜଳୀୟଅଂଶ ପେଟକୁ ଥଣ୍ଡା ରଖିଥାଏ। ଆଉ ଶରୀରରୁ କଲେଷ୍ଟ୍ରୋଲକୁ ହ୍ରାସ କରିଥାଏ।

ତରଭୁଜରେ ଲାଇକୋପିନ୍ ନାମକ ଏକ ଜୈବିକ ତତ୍ତ୍ୱ ରହିଛି, ଏଥିଲାଗି ଏହାର ଭିତର ଅଂଶ ଲାଲ୍‌ ଦେଖାଯାଇଥାଏ। ଟମାଟୋରେ ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳିଥାଏ କିନ୍ତୁ ଟମାଟୋ ଅପେକ୍ଷା ତରଭୁଜରେ ଲାଇକୋପିନ୍‌ର ପରିମାଣ ଅଧିକ ରହିଥାଏ। ଶରୀରରେ କୋଲେଷ୍ଟ୍ରଲ ହ୍ରାସ କରିବା ପାଇଁ ଲାଇକୋପିନ୍ ବହୁତ ସାହାଯ୍ୟ କରେ। ଯାହା ଫଳରେ ହୃଦରୋଗ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା କମ ରହିଥାଏ । ଦୈନିକ ଏକ ଗ୍ଲାସ ତରଭୁଜ ରସ ପିଇବା ଦ୍ବାରା ଏହା ଶରୀର ପାଇଁ ଫଳପ୍ରଦ ହୋଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe