ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସରକାରଙ୍କୁ ଏଭଳି ଉପଦେଶ ଦେଲେ ସାଉଥ୍ ସୁପରଷ୍ଟାର ମହେଶ ବାବୁ

Advertisment
ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣାକୁ ନେଇ ସରକାରଙ୍କୁ ଏଭଳି ଉପଦେଶ ଦେଲେ ସାଉଥ୍ ସୁପରଷ୍ଟାର ମହେଶ ବାବୁ

newindianexpress.com

ମୁମ୍ବାଇ: ଗତ ଗୁରୁବାର ହାଇଦ୍ରାବାଦ ସହରରେ ଘଟିଥିବା ଘଟଣାକୁ ନେଇ ଏବେ ସାରା ଦେଶ ଏକତ୍ରିତ ‌ହୋଇଛି। ମହିଳା ଡାକ୍ତରଙ୍କୁ ଯେଉଁଭଳି ଭାବେ ଗଣଦୁଷ୍କର୍ମ ଓ ହତ୍ୟା କରାଯାଇଛି, ତାହା ଏବେ ସମସ୍ତଙ୍କୁ ପୁଣି ଥରେ ଦୋହଲାଇ ଦେଇଛି। ଦିଲ୍ଲୀର ନିର୍ଭୟା କାଣ୍ଡ ପରେ ଏବେ ମହିଳା ଡାକ୍ତରଙ୍କ ମୃତ୍ୟୁକୁ ନେଇ ସାରା ଦେଶ ନ୍ୟାୟ ମାଗିବା ଆରମ୍ଭ କରିଛି। ପଶୁ ଭଳି କାମ କରିଥିବା ୪ଜଣ ଅଭିଯୁକ୍ତଙ୍କୁ କିଭଳି ଖୁବ୍ ଶୀଘ୍ର ଦଣ୍ଡ ମିଳିବ, ସେ ନେଇ ଏବେ ଦେଶବାସୀ ଦାବି କରିବା ଆରମ୍ଭ କରିଛନ୍ତି। ଏ ମଧ୍ୟରେ ସାଉଥ୍ ସୁପରଷ୍ଟାର ମହେଶ ବାବୁ କରିଥିବା ଟୁଇଟ୍ ଚର୍ଚ୍ଚାର ବିଷୟ ପାଲଟିଛି।

ମହେଶ ବାବୁ ଟୁଇଟ୍ କରି ଜଣାଇଛନ୍ତି କି, ଦିନକୁ ଦିନ, ମାସକୁ ମାସ ଓ ବର୍ଷକୁ ବର୍ଷ ବିତି ଚାଲିଥିଲେ ମଧ୍ୟ ସମାଜର ସ୍ଥିତିରେ କୌଣସି ପରିବର୍ତ୍ତନ ଆସୁ ନାହିଁ। ଆମେ ଏକ ସମାଜ ଭାବରେ ଅସଫଳ ହେବାରେ ଲାଗିଛୁ। କଡ଼ା ଆଇନ ଲାଗୁ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ମୁଁ ବ୍ୟକ୍ତିଗତ ଭାବରେ ଅପିଲ କରୁଛି। ଏଭଳି ଜଘନ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଭଳି ଦଣ୍ଡ ଦିଆଯାଉ ବୋଲି ସେ ଲେଖିଛନ୍ତି। ଏହା ସହ ଆଉ ଏକ ଟୁଇଟରେ ସେ ପୀଡ଼ିତାଙ୍କ ପରିବାରକୁ ସାନ୍ତ୍ବନା ଦେଇଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe