ଅଳ୍ପ ଦିନର‌ ଗଳ୍ପ ଆମର

Advertisment
ଅଳ୍ପ ଦିନର‌ ଗଳ୍ପ ଆମର

ଅଜୟ ରାଉତଙ୍କ ପ୍ରଯୋଜିତ ଓ ଅଶୋକ ପତିଙ୍କ ନିର୍ଦ୍ଦେଶିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଅଳ୍ପ ଦିନର ଗଳ୍ପ ଆମର’ର କାହାଣୀ ଲେଖିଛନ୍ତି ଭରଦ୍ୱାଜ ପଣ୍ଡା। ଏଥିରେ ଥିବା ଗୀତଗୁଡ଼ିକ ମନଛୁଆଁ ହୋଇଛି। ଗୀତ ରଚନା କରିଛନ୍ତି ପୁଷ୍ପକ ପରିଡ଼ା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆସାଦ ନିଜାମ୍। ସତ୍ୟଜିତ, ଅସୀମା, କୁଲ୍‌ଦୀପ, ଆଶୁତୋଷ ପ୍ରମୁଖ କଣ୍ଠଦାନ କରିଛନ୍ତି।

ଏହି ଚଳଚ୍ଚିତ୍ରର ପ୍ରଥମ ସୋ’ ଅକ୍ଟୋବର ୧୬ ତାରିଖ ସନ୍ଧ୍ୟା ୬ଟା ୩୦ମିନିଟ୍‌ରେ ଜୀ ସାର୍ଥକ ଚ୍ୟାନେଲ୍‌ରେ ପ୍ରସାରିତ ହୋଇଥିଲା ଏଥିରେ ନବାଗତ ଜ୍ୟୋତି ଓ ସାୟଲଙ୍କୁ ନାୟକ-ନାୟିକା ଭାବେ ଦେଖିବାକୁ ମିଳିଥିଲା। ଯୁବ ବୟସର ଦୁଇ ପୁଅ ଝିଅ ପରସ୍ପର ସଂସ୍ପର୍ଶରେ ଆସନ୍ତି ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠେ। ଏହା ଭିତରେ ଅନେକ ମିଠା ଘଟଣା ଓ ଦୁର୍ଘଟଣା ବି ଘଟେ। ପ୍ରେମର ରାସ୍ତାରେ ଆଗକୁ ବଢ଼ିବା ପାଇଁ କ’ଣ ସବୁ କରିବାକୁ ପଡ଼ିଛି ତାହା ସିନେମାରେ ପ୍ରତିଫଳିତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe