ରିଲିଜ ହେଲା ୱେବ୍ ସିରିଜ ‘ସାହେବ ବିବି ଔର ଶାଲା’ର ଟ୍ରେଲର

Advertisment
ରିଲିଜ ହେଲା  ୱେବ୍ ସିରିଜ ‘ସାହେବ ବିବି ଔର ଶାଲା’ର ଟ୍ରେଲର

ଭୁବନେଶ୍ୱର : ଜାତୀୟ ପୁରସ୍କାର ପାଇଥିବା ‘ହାକିମ ବାବୁ’, ଓଡ଼ିଆ କ୍ଲାସିକ୍ସ ‘ମମତା ମାଗେ ମୂଲ’, ‘ପୁଅ ମୋର କଳା ଠାକୁର’ ପରି ଫିଲ୍ମ ଉପହାର ଦେଇଥିବା ଅମିୟ  ପଟ୍ଟନାୟକ ପ୍ରଡ଼କ୍ସନର ଡିଜିଟାଲ ଚ୍ୟାନେଲ ଟେକନୋଆର୍ଟ ପ୍ରଡ଼କ୍ସନରେ ଏକ ୱେବ୍ ସିରିଜ ‘ସାହେବ ବିବି ଔର ଶାଲା’ର ଟ୍ରେଲର ରିଲିଜ ହୋଇଛି ।  ୮ଟି ଏପିସୋଡରେ ଆସିବାକୁ ଥିବା ଏହି ୱେବ୍ ସିରିଜରେ ମୁଖ୍ୟ ଭୂମିକାରେ ଅଛନ୍ତି ଲୋକପ୍ରିୟ ଟେଲି ଅଭିନେତା ରାଜ ରାଜେଶ ଓ ଶ୍ରଦ୍ଧା । ଶଳା ଭୂମିକାରେ ପ୍ରଥମ ଥର ପାଇଁ ଅଭିନୟରେ ପାଦ ଦେଇଛନ୍ତି ଶୈଳେନ୍ଦ୍ର । ମିଠା ମିଠା ଯୋଡ଼ି ଚଳଚ୍ଚିତ୍ରରୁ ଏକାଠି କ୍ୟାରିଅର ଆରମ୍ଭ କରିଥିବା ରାଜେଶ ଓ ଶ୍ରଦ୍ଧା ବହୁ ଦିନ ପରେ ଏକାଠି ଅଭିନୟରେ ଏହି ୱେବ୍ ସିରିଜରେ ଆସିଛନ୍ତି ।

ଟ୍ରେଲରରୁ ଜଣା ପଡ଼ୁଛି, ଏହା ଏକ ମଜାଦାର ଘରୋଇ କାହାଣୀ । ରାଜ ରାଜେଶ ଓ ଶ୍ରଦ୍ଧା ସ୍ୱାମୀ ସ୍ତ୍ରୀର ଭୂମିକାରେ ଥିଲା ବେଳେ ଶୈଳେନ୍ଦ୍ର ଶଳା ଭୂମିକାରେ ଅଛନ୍ତି ।

 ‘ସାହେବ ବିବି ଔର ଶାଲା’ ୱେବ୍ ସିରିଜର ରଚନା ଓ ନିଦେ୍ର୍ଦଶନା ଦେଇଛନ୍ତି ମାନସ ପଢିଆରୀ । ସଙ୍ଗୀତ ଓ କଣ୍ଠ ଦାନ କରିଛନ୍ତି ସୈାମିତ୍ରୀ ପଲାଇ । ଡିଓପି ଓ କଲରିଷ୍ଟ ସତ୍ୟମ ଶିବମ ସୁନ୍ଦରମ କରିଥିଲା ବେଳେ ଦୀପକ ଉପାଧ୍ୟାୟ ଓ ଦେବାଶିଷ ମହାରଣା ଏଡିଟିଂ କରିଛନ୍ତି । ମନସ୍ୱିନୀ ସାମଲ ଗ୍ରାଫିକ୍ସ କରିଥିଲା ବେଳେ, ଅନୁପମ ପଟ୍ଟନାୟକ କ୍ରିଏଟିଭ ଡାଇରେକ୍ଟର ଅଛନ୍ତି ।  ୟୁ ଟୁ୍ୟବ ଚ୍ୟାନେଲ ଟେକନୋଆର୍ଟ ପ୍ରଡକସନଜର ଡିସେମ୍ବର ୨୫ରେ ଏହାର ପ୍ରଥମ ଏପିସୋଡ ରିଲିଜ ହେବ । ଏପିସୋଡ ସବୁ ଦେଖିବା ପାଇଁ  ଟେକନୋଆର୍ଟ ପ୍ରଡକସନଜର ୟୁ ଟୁ୍ୟବ ଚ୍ୟାନେଲକୁ ସବସ୍କ୍ରାଇବ କରି ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe